ନୂଆଦିଲ୍ଲୀ: ଏବେ ବିଚାରପତି ମାନେ ଅନେକ ମିଥ୍ୟା ମାମଲା ଏବଂ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଏବେ ଏଭଳି ଅଭିଯୋଗ ସାଧାରଣ ହୋଇଗଲାଣି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଏସ.ଏ ବୋବାଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି କହିଛନ୍ତି।
ପ୍ରଧାନ ବିଚାରପତି (ସିଜେଆଇ) କହିଛନ୍ତି ଯେ ଆମ ସିଷ୍ଟମରେ ଏହି ଅଭ୍ୟାସ ସହିତ ଆମେ ପରିଚିତ। ଏହା ପ୍ରତିଦିନ ଘଟୁଛି। ଯେତେବେଳେ କେହି କିଛି ହାସଲ କରିବାକୁ ଯାଉଛନ୍ତି, ସେତେବେଳେ ତାଙ୍କ ବିରୋଧରେ ବହୁ ପୁରୁଣା ଅପ୍ରାସଙ୍ଗିକ କଥାକୁ ପ୍ରାସଙ୍ଗିକ କରାଯାଉଛି। ବିଚାରପତିଙ୍କର ପଦୋନ୍ନତି ବେଳ ଏଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ସିଜେଆଇ କହିଛନ୍ତି।
ଜଣେ ମହିଳା ନ୍ୟାୟିକ ଅଧିକାରୀ ଜଣେ ଜିଲ୍ଲା କୋର୍ଟର ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାର ଶୁଣାଣି କରି ସିଜେଆଇ ଏଭଳି କହିଛନ୍ତି। ଏହି ମାମଲା ମଧ୍ୟପ୍ରଦେଶର। ମାମଲାର ଶୁଣାଣି ପରେ ସ୍ଥଗିତ ରଖାଯାଇଛି। ହେଲେ ଆଭ୍ୟନ୍ତରୀଣ କମିଟିକୁ ପଠାଯାଇଛି।
ପ୍ରଧାନ ବିଚାରପତି ଏସ୍ ଏ ବୋବଡେ, ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ଜଷ୍ଟିସ୍ ଭି ରାମାସୁବ୍ରମଣ୍ୟା ଏହି ମାମଲାର ଶୁଣାଣି କରୁଛନ୍ତି। ବେଞ୍ଚ କହିଛନ୍ତି ଯେ, ଯେତେବେଳେ ହାଇକୋର୍ଟରେ ବିଚାରପତି ପଦବୀକୁ ଜଣେ ପଦୋନ୍ନତି ପାଇଁ କେହି ଜଣେ ତାଲିକାକୁ ଆସନ୍ତି, ସେତେବେଳେ ଏହି ପ୍ରକାରର ଅଭିଯୋଗ ବର୍ତ୍ତମାନ ଏକ ଧାରା ପାଲଟିଯାଇଛି।
ଏହି ମାମଲାର ଆବେଦନକୁ ଖାରଜ କରିଦିଆଯାଇଥିଲେ ହେଁ ଘଟଣାର ତଦନ୍ତ ପାଇଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟିକୁ ପଠାଯାଇଥିବା ସୂଚନା ରହିଛି। ମାମଲାର କୌଣସି ପ୍ରମଣା ନମିଳିବା ପରେ କୋର୍ଟ ଆଭ୍ୟନ୍ତରୀଣ କମିଟିକୁ ପଠାଇଥିବା ସୂଚନା ରହିଛି।
The post ‘ପଦୋନ୍ନତି ବେଳେ ବିଚାରପତିଙ୍କ ବିରୋଧରେ ଆସୁଛି ମିଥ୍ୟା ଅଭିଯୋଗ’ appeared first on Odisha Reporter.
from Odisha Reporter https://ift.tt/3h0MHLa
No comments:
Post a Comment