ନୂଆଦିଲ୍ଲୀ: ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ଆଜି ଭେଟିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି। ତେବେ ବର୍ତ୍ତମାନ ହାଥରସରେ ୧୪୪ ଧାରା ଲାଗୁ କରାଯାଇଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୪ ଜଣ ଯୁବକ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଆଖି ବୁଜି ଦେଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୁଲିସ ଅଧ ରାତିରେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଏବେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି।
ଏନେଇ ବିରୋଧୀ କଂଗ୍ରେସ ଯୋଗୀ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବୁଧବାର ରାହୁଲ କହିଥିଲେ ଯେ, ଦଳିତଙ୍କ ଉପରେ ଚାପ ପକାଇବା ଏବଂ ସେମାନଙ୍କୁ ତାଙ୍କ ସ୍ତର ଦେଖାଇବାକୁ ପୁଲିସ ଏଭଳି ଲଜ୍ଜାଜନକ କାଣ୍ଡ କରିଛି। ଆଉ ଏଭଳି ଚିନ୍ତାଧାରା ବିରୁଦ୍ଧରେ ଆମେ ଲଢ଼ିବୁ।
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧି ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି। ଲଗାତର ଟ୍ୱିଟ୍ କରି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଛନ୍ତି।
The post ହାଥରସ୍ ଯାଉଛନ୍ତି ରାହୁଲ-ପ୍ରିୟଙ୍କା, ଧାରା ୧୪୪ ଲାଗୁ appeared first on Odisha Reporter.
from Odisha Reporter https://ift.tt/3l1gvtr
No comments:
Post a Comment