ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭା ଚାଲିଥିବା ଯୋଗୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ସତ୍ତ୍ୱେ ବିଧାନସଭା ସମ୍ମୁଖରେ ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି।
ଆଜି ସକାଳେ ବିଧାନସଭା ଚାଲିଥିବା ବେଳେ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହି ସମୟରେ ଜଣେ ଯୁବକ ହଠାତ୍ ସେଠାରେ ନିଜ ମା’ଙ୍କ ସହ ପହଞ୍ଚିଥିଲେ। ଏହାପରେ ନିଜ ମା’ଙ୍କ ବେକରେ ଛୁରି ଲଗାଇ ଧମକ ଦେଲେ। ବେକରେ ଛୁରି ଲଗାଇ ଦୁଇ ମନ୍ତ୍ରୀଙ୍କ ନାଁ ନେଲେ।
ପାଗଳ ଭଳି ପ୍ରଳାପ କରିବା ସହ ଛୁରି ଲଗାଇ ତଣ୍ଟି କାଟିଦେବି, ପିଚ୍ ପିଚ୍ ରକ୍ତ ବାହାରିବ ବୋଲି ଧମକ ଦେଲେ ଯୁବକ। ବହୁ କଷ୍ଟରେ ପୁଅ କବଳରୁ ମା’ଙ୍କୁ ଉଦ୍ଧାର କଲା ପୁଲିସ୍ । ମାଙ୍କୁ ଉଦ୍ଧାର ସହ ପୁଅକୁ ନିଜ ହେପାଜତକୁ ନେଲା ପୁଲିସ୍।
ମାନସିକ ରୋଗରେ ଆକ୍ରାନ୍ତ ପୁଅକୁ ଚିକିତ୍ସା ପାଇଁ ମା ଆଣିଥିବା ବେଳେ ଏପରି ଘଟଣା ଘଟି ଯାଇଥିବା କହିଛନ୍ତି।
ବିଧାନସଭା ଚାଲିଥିବା ବେଳେ ଯୁବକଙ୍କ ଏପରି ଉନ୍ମତ୍ତ କାଣ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି। କ’ଣ ପାଇଁ ସେ ଏପରି ପଦକ୍ଷେପ ନେଲେ, ହାଇ ସିକ୍ୟୁରିଟି ଜୋନ୍କୁ ଛୁରି ନେଇ କିଭଳି ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି।
The post ବିଧାନସଭା ସମ୍ମୁଖରେ ହାଇଡ୍ରାମା; ମା’ ବେକରେ ଛୁରୀ ଲଗାଇଲା ପୁଅ appeared first on Odisha Reporter.
from Odisha Reporter https://ift.tt/3n5w3hR
No comments:
Post a Comment