ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ସହ ଡ୍ରଗସ ଲିଙ୍କକୁ ନେଇ ପୁଣି କିଛି ବଲିଉଡ୍ ଅଭିନେତ୍ରୀଙ୍କୁ ଏନସିବି ଖୁବଶୀଘ୍ର ନୋଟିସ୍ କରିପାରେ। ସୁଶାନ୍ତଙ୍କ ବାନ୍ଧବୀ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ଗିରଫ କରିବା ପରେ ବଲିଉଡର ବହୁ କଳାକାରଙ୍କ ନାଁ ଏଥିରେ ଛନ୍ଦି ହୋଇଯାଇଛି।
କୁହାଯାଉଛି, ରିଆଙ୍କୁ ଜେରା ବେଳେ ମିଳିଥିବା ସୂଚନା ଆଧାରରେ ଏନସିବି ଅଭିନେତ୍ରୀ ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ଅଧିକ ପଚରା ଉଚୁରା ପାଇଁ ସମନ ଜାରି କରିବ। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ଉଭୟ ଶ୍ରଦ୍ଧା ଓ ସାରା ବିଭିନ୍ନ ସମୟରେ ସୁଶାନ୍ତଙ୍କ ସହ ତାଙ୍କ ଫାର୍ମ ହାଉସରେ ପାର୍ଟି କରୁଥିଲେ। ଏପରିକି ଫିଲ୍ମ କେଦାରନାଥ ସୁଟିଂ ବେଳେ ସୁଶାନ୍ତ ଅଧିକ ପରିମାଣର ଡ୍ରଗ୍ସ ନେଉଥିବା ଏନସିବିକୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଜୁନ୍ 14ତାରିଖରେ ନିଜ ବାସଭଭନରୁ 34 ବର୍ଷ ବୟସ୍କ ସୁଶାନ୍ତ ସଂହ ରାଜପୁତଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହାକୁ ନେଇ ବଲିଉଡର ବହୁ ଗୁମର ପଦାକୁ ଫିଟିବାରେ ଲାଗିଛି।
The post ଶ୍ରଦ୍ଧା କପୁର୍ ଓ ସାରା ଅଲ୍ଲୀ ଖାନଙ୍କୁ ସମନ କରିପାରେ ଏନସିବି appeared first on Odisha Reporter.
from Odisha Reporter https://ift.tt/3iSLQ0M
No comments:
Post a Comment