କପୁଲ ଚ୍ୟାଲେଞ୍ଜ, କାହିଁକି ଫଟୋ ଅପଲୋଡ ପାଇଁ ପୁଲିସ ମନା କରୁଛି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

କପୁଲ ଚ୍ୟାଲେଞ୍ଜ, କାହିଁକି ଫଟୋ ଅପଲୋଡ ପାଇଁ ପୁଲିସ ମନା କରୁଛି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାେଶାଲ ମିଡିଆରେ ଏବେ ପ୍ରତିଦିନ ଅଜବ ଗଜବ ଦିବସ, ଖୁସି ମନା ହେଉଛି। ସ୍ଥିତି ଏମିତି ଯେ ଲୋକମାନେ ନିଜ ବ୍ୟକ୍ତିଗତ ଜୀବନୀ, ତଥ୍ୟ ମଧ୍ୟ ଦେଇ ଦେଉଛନ୍ତି କିଛି ନବୁଝି ସୁଝି। ଯେତେବେଳେ ପ୍ରତିଦିନ ସାଇବର ହ୍ୟାକିଂ ଆଦିର ଖବର ଶିରୋନାମାରେ ରହିଛି।

ଏହାରି ଭିତରେ ସୋଶାଲ ମିଡିଆରେ ଝଡ଼ ସୃଷ୍ଟି କରିଛି କପୁଲ ଚ୍ୟାଲେଞ୍ଜ (#couplechallange)। ଯେଉଁଠି ସୋଶାଲ ୟୁଜର ସ୍ୱାମୀ ସ୍ତ୍ରୀ ନହେଲେ ପ୍ରେମିକ, ପ୍ରେମିକାଙ୍କ ଫଟୋ ଶେୟାର କରୁଛନ୍ତି। ସବୁଠୁ ବଡ଼ କଥା ହେଲା ଏହି ଚ୍ୟାଲେଞ୍ଜରେ କେବଳ ଯୁବ ପିଢ଼ୀ ନୁହେଁ ପ୍ରାପ୍ତ ବୟସ୍କ ମଧ୍ୟ ମତୁଆଲା ହୋଇଛନ୍ତି। ଫେସବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ପ୍ରତିଦିନ କୋଟି କୋଟି ହ୍ୟାଶଟାଗ କପୁଲ ଚ୍ୟାଲେଞ୍ଜରେ ଫଟୋ ଅପଲୋଡ ହେଉଛି।

ଏହାକୁ ନେଇ ପୁଣେ ପୁଲିସ ଗତ ଗୁରୁବାର ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ସତର୍କ ସୂଚନା ପୋଷ୍ଟ କରି ସୋଶାଲ ମିଡିଆ ୟୁଜରଙ୍କୁ ଏପରି ନକରିବାକୁ ନିବେଦନ କରିଛି। ନିଜ ପାର୍ଟନରଙ୍କ ଫଟୋ ଅପଲୋଡ କରିବା ପୂର୍ବରୁ ଦୁଇ ଥର ଚିନ୍ତା କରିବା ଉଚିତ ବୋଲି ପୁଣେ ପୁଲିସ କହିଛି। ସତର୍କ ନହେଲେ ଏହି ଚ୍ୟାଲେଞ୍ଜର ଅପବ୍ୟବବାର ହେବାର ମଧ୍ୟ ସମ୍ଭାବନା ରହିଛି ବୋଲି ପୁଲିସ କହିଛି।

ତେବେ ନାଗପୁର ପୁଲିସ ଏହି କପୁଲ ଚ୍ୟାଲେଞ୍ଜ ପ୍ରତିବଦଳରେ ଫେସ୍ ମାସ୍କ ଚ୍ୟାଲେଞ୍ଜ ଆରମ୍ଭ କରିଛି। ଯେଉଁଥିରେ ଜଣେ ବ୍ୟକ୍ତି ନିଜର ଏକ ଫଟୋ ସହିତ ମାସ୍କର ଏକ ଫଟୋ ଚିତ୍ର ରହିଥିବ। ଦେଶରେ କରୋନା ମହାମାରୀ ଭୟାବହ ସ୍ଥିତିରେ ଥିବାବେଳେ ଏହି ମାସ୍କ ଚ୍ୟାଲେଞ୍ଜ ଲୋକଙ୍କୁ ସଚେତନତା ସୃଷ୍ଟି କରିବ ବୋଲି ନାଗପୁର ପୁଲିସ କହିଛି।

ସୋଶାଲ ମିଡିଆରେ ପ୍ରତିଦିନ କପୁଲଚ୍ୟାଲେଞ୍ଜ ନାମରେ ଦମ୍ପତିଙ୍କ ଫଟୋ ଟ୍ରେଣ୍ଡ ହେଉଛି। ଯଦି ଜଣେ ସଚେତନତା ଗ୍ରହଣ ନକରିବ ତାହେଲେ ସାଇବର କ୍ରାଇମ ଜମାନାରେ ସେମାନଙ୍କର ଫଟୋ ମର୍ଫିଂ ବା ବିକୃତ ହୋଇପାରେ। ପ୍ରତିଶୋଧ ପରାୟଣ ବ୍ୟକ୍ତି ଫଟୋ ଏଡିଟ୍ କରି ପର୍ଣ୍ଣ ସାଇଟରେ ଛାଡ଼ି ଦେବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଉଦାହରଣ ସ୍ୱରୂପ ବଲିଉଡ ହେଉ ଅବା ଓଲିଉଡ ଅନେକ ସମୟରେ ହିରୋ ହିରୋଇନଙ୍କର ମର୍ଫି ଫଟୋ ବ୍ୟବହାର କରି ପର୍ଣ୍ଣ ଭିଡିଓରେ ସଂଯାେଗ କରାଯାଉଥିବାର ମଧ୍ୟ ନଜିର ରହିଛି।

ମହାରାଷ୍ଟ୍ରର ସାଇବର ପୁଲିସ ଷ୍ଟେସନର ଥାନା ଅଧିକାରୀ ଜୟରାମ ପାଏଗୁଦ ଗଣମାଧ୍ୟମକୁ କହିଛନ୍ତି ଯେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ସୂଚନା ସୋଶାଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ସତର୍କ ହେବା ଉଚିତ୍। ହଜାର ହଜାର ଲୋକ ବିଶେଷ କରି ମହିଳାମାନେ ସାଇବର ଅପରାଧର ଶିକାର ହେଉଛନ୍ତି।

ସୂଚନାଯାଗ୍ୟ, ମାର୍ଚ୍ଚ ୨୦୧୮ ରେ, ତତ୍କାଳୀନ ଆମେରିକାର ପ୍ରଥମ ମହିଳା ମିସେଲ ଓବାମାଙ୍କର ଏକ ନକଲି ଭିଡିଓ ଏଡିଟ୍ ହୋଇଥିଲା। ଫେକ୍ ଆପ୍ ନାମକ ଏକ ଆପ୍ ପର୍ଣ୍ଣଷ୍ଟାରର ଭିଡିଓ ଉପରେ ତାଙ୍କ ଚେହେରାକୁ ଲଗାଇ ଭିଡିଓ ତିଆରି କରିଥିଲା। ୨୦୧୭ ରେ ଇଣ୍ଟରନେଟରେ ଏକ ସମାନ ଅଶ୍ଳୀଳ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଭିନେତା ଗାଲ ଗାଡୋଟ୍ ରହିଥିଲେ।

The post କପୁଲ ଚ୍ୟାଲେଞ୍ଜ, କାହିଁକି ଫଟୋ ଅପଲୋଡ ପାଇଁ ପୁଲିସ ମନା କରୁଛି ? appeared first on Odisha Reporter.



from Odisha Reporter https://ift.tt/2G8Rca3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages