କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧି ପ୍ରସ୍ତୁତ ଥିବା ବେଳେ ମୁକାବିଲା କରିବାକୁ ସରକାର ବି  ଋଣକୌଶଳ ପ୍ରସ୍ତୁତ କରି ସାରିଛନ୍ତି ।  ହେଲେ ଗୋଟିଏ ପଟେ ଗୃହକାର୍ଯ୍ୟ  ଆରମ୍ଭ ହେବାକୁ ଯାଉଥିବା ବେଳେ ଘାରିଛି କରୋନା ଭୟ । ଜଣକ ପରେ ଜଣେ ବିଧାୟକ ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ବଢ଼ିଛି ଚିନ୍ତା।

ପରୀକ୍ଷଣର ପ୍ରଥମ ଦୁଇ ଦିନରେ ମୋଟ୍ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ସମୀର ଦାଶ, ପଦ୍ମିନୀ ଦିଆନ୍ ଓ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରି ତୁଙ୍ଗ ନେତା ବି ଅଛନ୍ତି । ଏପରି ସ୍ଥିତିରେ କିପରି ସୁରୁଖୁରରେ ଗୃହକାର୍ଯ୍ୟ ସମ୍ପାଦନା କରାଯିବ ତାକୁ ନେଇ ଚିନ୍ତା ଘାରିଛି। ତେଣୁ କରୋନା ସଂକ୍ରମଣ ଯେଭଳି ଗୃହରେ ନ ବ୍ୟାପିବ ସେଥିପାଇଁ ପ୍ରତିଦିନ ବିଧାନସଭାକୁ ସାନିଟାଇଜ୍ କରାଯିବ ।

ସମସ୍ତ ବିଧାୟକ ମାସ୍କ ପିନ୍ଧିବେ ଓ ସାମାଜିକ ଦୂରତା ରକ୍ଷା କରି ବସିବେ । ବସିବା ସ୍ଥାନରେ ସାମ୍ନାପଟୁ ଲଗାଯାଇଛି ଗ୍ଲାସ ସିଲ୍ଡ଼ । ଦର୍ଶକ ଗ୍ୟାଲେରି, ଭିଜିଟର୍ ଗ୍ୟାଲେରିରେ ବି ବିଧାୟକମାନେ ବସିବେ ।

୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ୍ ନଚେତ ଓକାକ୍ ବିଲଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ  ଭାଗନେଇ ପାରିବେ । ଏଥର ଅଧିବେଶନରେ ରହିଛି ମୋଟ୍ ୮ଟି କାର୍ଯ୍ୟ ଦିବସ।  ତେବେ କୋଭିଡ୍ ସ୍ଥିତି ଲାଗି ପ୍ରଶ୍ନକାଳ ରହିବ ନାହିଁ।

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନ ପୂର୍ବରୁ ବିଧାନସଭାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ନିଜେ  ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ । ମହାତ୍ମା ଗାନ୍ଧି ମାର୍ଗରୁ ବିଧାନସଭା ଯାଏ ସୁରକ୍ଷା ବ୍ୟବସ୍ଥା ସେ ପରଖିଛନ୍ତି । ଅଧିବେଶନ ଚାଲିଥିବା ବେଳେ ରହିବ ତ୍ରିସ୍ତରୀୟ ସୁରକ୍ଷା।  ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ।

ବିଧାନସଭା ମୁଖ୍ୟ ଗେଟ୍ ଓ ପ୍ରସ୍ଥାନରେ ସୁରକ୍ଷାକୁ ବଢ଼ା ଯାଇଛି। ସଭ୍ୟମାନେ ଆସିବା ପରେ ବିଧାନସଭା ପରିସରରେ ସୁରକ୍ଷା କିପରି ରହିବ ଏବଂ ବିଶେଷ ଭାବେ ସାମାଜିକ ଦୂରତା ନିୟମ କିଭଳି ପାଳନ ହେବ ତାର ସମୀକ୍ଷା କରିଛନ୍ତି ଡିଜିପି।  ପୋଲିସ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବିଧାନସଭା ସମ୍ମୁଖରେ ବିକ୍ଷୋଭ ପାଇଁ ଆସନ୍ତା ୩୦ ତାରିଖ ଯାଏ ଅନୁମତି ମିଳିବ ନାହିଁ । ସେପ୍ଟେମ୍ବର ପରେ ରାଜ୍ୟ ସରକାର ଏନେଇ ଯାହା କିଛି ନିଷ୍ପତ୍ତି ନେବେ ।

The post କରୋନା ଭୟ ଭିତରେ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ appeared first on Odisha Reporter.



from Odisha Reporter https://ift.tt/3jq24ix

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages