ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍‌

ପିପିଲି (ଓଡିଶା ରିପୋର୍ଟର): ଜଣେ ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ୫୦ ହଜାର ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ଥାନା ଅଞ୍ଚଳରୁ।

ଗୁରୁତର ଆହତ ହୋଇଥିବା ବ୍ୟବସାୟୀ ନିରଞ୍ଜନ ନାୟକଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପୋଡ଼ଙ୍ଗ ଗାଁରେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ଭୁବନେଶ୍ୱରରେ ପରିବା ବେପାର କରନ୍ତି। ସେ ପ୍ରତିଦିନ ତେଇଶପୁର ବଜାରରେ ବାଇକ୍‌ ରଖି ଭୁବନେଶ୍ୱର ଯାଆନ୍ତି। ପରିବା ବେପାର ସାରି ଭୁବନେଶ୍ୱରରୁ ଫେରିବା ପରେ ବାଇକ୍‌ରେ ଘରକୁ ଆସନ୍ତି।

ଗତକାଲି ସନ୍ଧ୍ୟାରେ ନିରଞ୍ଜନ ଭୁବନେଶ୍ୱରରୁ ପରିବା ବେପାର ସାରି ଅଟୋରେ ଆସି ତେଇଶପୁରଠାରେ ନିଜ ବାଇକ୍‌ ଚାବି ଖୋଲୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ପରେ ତାଙ୍କଠାରୁ ୫୦ ହଜାର ଟଙ୍କା ସହ ସୁନା ଚେନ, ରୁପା ବ୍ରେସଲେଟ ଲୁଟି ନେଇ ଫେରାର ହୋଇଗଲେ।

ସ୍ଥାନୀୟ ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପିପିଲି ପୁଲିସ୍‌ ଏହି ଘଟଣାରେ ଜଣଙ୍କୁ ଅଟକ ରଖି  ପଚରା ଉଚରା ଚଳାଇଛି।

The post ପରିବା ବ୍ୟବସାୟୀଙ୍କୁ ଖଣ୍ଡାରେ ହାଣି ଲୁଟ୍‌ appeared first on Odisha Reporter.



from Odisha Reporter https://ift.tt/2ZbLL0z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages