ନୂଆଦିଲ୍ଲୀ: ଫ୍ଲାଇଂ ଷ୍ଟାର୍ଟ ଦେବେ ଦୁର୍ଦର୍ଷ କ୍ରିସ୍ ଗେଲଙ୍କ ସହ ଅଧିନାୟକ କେଏଲ୍ ରାହୁଲ୍। ପୁଣି ମଧ୍ୟକ୍ରମରେ ବିସ୍ଫୋରକ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବ୍ୟାଟ୍ ଚାଲିଲେ, ତାଙ୍କୁ ଲଗାମ୍ ଦେବା ପ୍ରତିପକ୍ଷଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଆଉ ଚୂଡ଼ାନ୍ତ ଏକଦାଶରେ ସ୍ଥାନ ମିଳିଲେ ଇଣ୍ଡିଜ୍ ସେନସେସନ୍ ନିକୋଲସ୍ ପୂରନ୍ ଯେକୌଣସି ବୋଲିଂ ଲାଇନକୁ ଧ୍ୱସ୍ତ ବିଧ୍ୱସ୍ତ କରିବାର କ୍ଷମତା ରଖିଛନ୍ତି। ତେବେ ଏହାକୁ ଆହ୍ୱାନ ଭାବେ ନେବାକୁ ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରାବଡା ଓ ଭାରତୀୟ ଭେଟେରାନ୍ ରବି ଅଶ୍ୱିନ୍ ଏକଦମ୍ ପ୍ରସ୍ତୁତ। ଏପଟେ ସ୍ଥିର ପ୍ରଦର୍ଶନରେ ମାହିର୍ ଶ୍ରେୟସ ଆୟରଙ୍କ ସହ ଯୁବ ପ୍ରତିଭା ରିଷଭ ପନ୍ତ ପ୍ରତିଦ୍ୱନ୍ଦ୍ୱୀ ବୋଲରଙ୍କ ଲୟ ବିଗାଡ଼ିବାକୁ ଉଦ୍ୟମ କରିବେ। ତେବେ ଏମାନଙ୍କ ସ୍କୋରିଂ ଗତିକୁ ବ୍ରେକ୍ ଦେବା ପାଇଁ ଆଫଗାନୀ ସ୍ପିନିଂ ଷ୍ଟାର୍ ମୁଜିବ୍-ଉର୍- ରେହମାନଙ୍କ ପାଖରେ ୱିକେଟ୍ ଝାଡ଼ିବା ବଲର ଅଭାବ ନାହିଁ।
ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ଓ ଚେନ୍ନାଇ ସୁପର୍ କିଙ୍ଗସର ରୋମାଞ୍ଚକର ମୁକାବିଲା ପରେ ଦ୍ୱିତୀୟ ଦିନରେ ଷ୍ଟାର ଖଚିତ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ସବ ଯୁବ ଓ ଅଭିଜ୍ଞଙ୍କୁ ନେଇ ଗଠିତ୍ ଦିଲ୍ଲୀ କ୍ୟାପିଟାଲ୍ସ ର ଲଢ଼େଇକୁ ଅପେକ୍ଷା।
ରାହୁଲ୍, ଗେଲ୍, ମ୍ୟାକ୍ସୱେଲ୍, ପୂରନ, ମୟଙ୍କ ଅଗ୍ରୱାଲଙ୍କ ଭଳି ଅଭିଜ୍ଞ ଅନ୍ତର୍ଜାତୀୟ ତାରକା ପଞ୍ଜାବ ବ୍ୟାଟିଂକୁ କାଗଜ କଲମରେ ବେଶ୍ ଶକ୍ତିଶାଳୀ କରିଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ୱେ ଯୁବ ପ୍ରତିଭା ସର୍ଫରାଜ୍ ଖାନ୍ ମଧ୍ୟ ନିଜ ବ୍ୟାଟିଂ କମାଲ ଦେଖାଇବାକୁ ଅନାଇ ରହିଛନ୍ତି। ସେହିପରି ଭାରତୀୟ ଦ୍ରୁତ ମହମ୍ମଦ ସାମି ଓ ଇଂଲିଶ ଷ୍ଟାର୍ କ୍ରିସ୍ ଜୋର୍ଡାନ୍ ପଞ୍ଜାବ ବୋଲିଂର ନେତୃତ୍ୱ ନେବେ। ଅନ୍ୟପକ୍ଷରେ ଅଭିଜ୍ଞ ଶିଖର ଧାୱନ୍ ଓ ଅଜିଙ୍କ୍ୟ ରାହାଣେଙ୍କ ଉପସ୍ଥିତି ଦିଲ୍ଲୀ କ୍ୟାପିଟାଲସ ପାଇଁ ଲାଭଦାୟକ ହୋଇପାରେ। ଅଷ୍ଟ୍ରେଲୀୟ ଅଲରାଉଣ୍ଡର୍ ମାର୍କସ୍ ଷ୍ଟୋଇନିସ ଦଳ ପାଇଁ ବୋନସ୍। ଅଭିଜ୍ଞ ଇଶାନ୍ତ ଶର୍ମା ମଧ୍ୟ ଦିଲ୍ଲୀ ବୋଲିଂ ଆକ୍ରମଣକୁ ଶାଣିତ କରିବେ ବୋଲି ଆଶା କରାଯାଉଛି।
The post ଆଜି ଗେଲ୍-ରାବଡା ଓ ଅଶ୍ୱିନ୍-ମ୍ୟାକ୍ସୱେଲ୍ ମୁକାବିଲା appeared first on Odisha Reporter.
from Odisha Reporter https://ift.tt/32Oh6Zw
No comments:
Post a Comment