ରାଜ୍ୟସଭାରେ କୃଷି ବିଲ୍‌ ପାରିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ରାଜ୍ୟସଭାରେ କୃଷି ବିଲ୍‌ ପାରିତ

ନୂଆଦିଲ୍ଲୀ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଯାଇଛି ବହୁ ଚର୍ଚ୍ଚିତ କୃଷି ବିଲ୍‌। ଆଜି ରାଜ୍ୟସଭାରେ ଏହାକୁ ଆଗତ କରାଯାଇଥିବା ବେଳେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବାଚନିକ ଭୋଟ୍‌ରେ ଏହା ପାରିତ ହୋଇଯାଇଛି। ଏବେ ଏହାକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷି ବିଲ୍‌କୁ ରାଜ୍ୟସଭାରେ ଆଗତ କରିଥିଲେ। ସେ ଏହାକୁ ଏକ ଐତିହାସିକ ବିଲ୍ ବୋଲି କହିଥିଲେ। ଏହା ଚାଷୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବ ବୋଲି କହିଥିଲେ। ଏହି ବିଲ୍‌ ଆଇନରେ ପରିଣତ ହୋଇଗଲେ ଚାଷୀ ନିଜ ଫସଲ ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ବିକିପାରିବେ ବୋଲି କୃଷିମନ୍ତ୍ରୀ କହିଥିଲେ। ଏହା ସହିତ ଏହି ବିଲ୍‌କୁ ନେଇ ଭୁଲ୍ ଧାରଣା ସୃଷ୍ଟି କରାଯାଉଛି ବୋଲି କହିଥିଲେ।

ଅନ୍ୟପକ୍ଷରେ ବିଲ୍ ଉପସ୍ଥାପନ ପରେ ଏହାକୁ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ଏହା କୃଷକଙ୍କ ପାଇଁ ମୃତ୍ୟୁର ୱାରେଣ୍ଟ ବୋଲି କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜଓ୍ୱା କହିଥିଲେ। ସେହିପରି ବିଜେଡି ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା। ବିଜେଡି ସାଂସଦ ଅମର ପଟ୍ଟନାୟକ ଏହି ବିଲ୍‌ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସୁରକ୍ଷା ବ୍ୟବସ୍ଥା ନ ଥିବା କହିଥିଲେ। ବିଲ୍‌ଟିକୁ ସିଲେକ୍ଟ୍ କମିଟିକୁ ପଠାଇବାକୁ ସେ ଦାବି କରିଥିଲେ। ଏପରିକି ଟିଏମ୍‌ସି ସାଂସଦ ଉପାଧ୍ୟକ୍ଷଙ୍କ ଟେବୁଲ୍‌ରୁ ବିଲ୍‌ର ଡ୍ରାଫ୍ଟ କପି ଛଡ଼ାଇ ନେଇ ଚିରି ଦେଇଥିଲେ। ତେବେ ଏ ସବୁ ସତ୍ତ୍ୱେ ଶେଷରେ ବିଲ୍‌ଟି ରାଜ୍ୟସଭାରେ ପାରିତ ହୋଇଯାଇଛି।

The post ରାଜ୍ୟସଭାରେ କୃଷି ବିଲ୍‌ ପାରିତ appeared first on Odisha Reporter.



from Odisha Reporter https://ift.tt/3mE2XG8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages