ଶ୍ରୀମନ୍ଦିର ବରାଦ ଅବଢା ଉପରେ ଲାଗିଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 6, 2020

ଶ୍ରୀମନ୍ଦିର ବରାଦ ଅବଢା ଉପରେ ଲାଗିଲା କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଅବଢା ଉପରେ କଟକଣା ଲାଗିଲା। ସୁଆର ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା। କେବଳ ପୁରୀ ସହର ଓ ସେବାୟତ ପରିବାରଙ୍କ ପାଇଁ ରନ୍ଧା ହେବ ଅବଢା। ଆନୁମାନିକ ହଜାରେ କି ଦେଢହଜାର ଲୋକଙ୍କ ପାଇଁ ରନ୍ଧା ହେବ ମହାପ୍ରସାଦ। ଏନେଇ ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ସୂଚନା।

କରୋନା ସ୍ଥିତିକୁ ଦେଖିଲେ ପରୀ ଜିଲ୍ଲାରେ ଆଜି ସୁଦ୍ଧା ୪୪୨୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨୫୯ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୧୧୪୫ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ୩ ଜଣ କରୋନାରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

The post ଶ୍ରୀମନ୍ଦିର ବରାଦ ଅବଢା ଉପରେ ଲାଗିଲା କଟକଣା appeared first on Odisha Reporter.



from Odisha Reporter https://ift.tt/323C5XV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages