ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶନୀ। ଏପରିକି ଅନୁଭବ ମଧ୍ୟ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ପିଟିସନ କରିଛନ୍ତି। ଗତ ଦୁଇ ଦିନ ହେଲେ ଏହି ହାଇପ୍ରୋଫାଲ୍ ଘଟଣା ସମଗ୍ର ରାଜ୍ୟରେ ଆଲୋଚ୍ୟ ବିଷୟ ପାଲଟିଛି। ଆଜି ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମାଆଙ୍କୁ ସମ୍ମାନ କଥା କହୁଥିବା ବେଳେ ତାଙ୍କ ସାଂସଦଙ୍କ ଘଟଣା ପ୍ରମାଣିତ କରିଛି, କିଭଳି ସେମାନେ ମାଆକୁ ସମ୍ମାନ ଦିଅନ୍ତି? ଯଦି ଅନୁଭବ ତାଙ୍କ ପଦବୀରୁ ଇସ୍ତଫା ନଦିଅନ୍ତି, ତେବେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ଦଳ କହିଛି।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ନବୀନବାବୁ ମାଆକୁ ସମ୍ମାନ କଥା କହୁଛନ୍ତି। ତାଙ୍କର ସାଂସଦ ନିଜର ପତ୍ନୀକୁ ନିର୍ଯାତନା ଦିଏ। ପତ୍ନୀ ଆଗରେ ଅନ୍ୟମାନଙ୍କୁ ଧରି ଆସେ। ଏହାଠାରୁ ଦୁର୍ଭାଗ୍ୟର କଥା କଣ ଅଛି? ଇଏ ହେଉଛି ନବୀନବାବୁଙ୍କ ଟିମ୍। ଏମାନେ ଏମିତି କରନ୍ତି। ଏପରି କ୍ଷେତ୍ରରେ ନବୀନବାବୁ କିଛି ପଦକ୍ଷେପ ନିଅନ୍ତିନି।”
ଅନ୍ୟପଟେ ବିଜେଡି କହିଛି, ଏହା ସାଂସଦଙ୍କ ବ୍ୟକ୍ତିଗତ ବ୍ୟାପାର। ଏଥିରେ ଦଳର ଭାବମୂର୍ତ୍ତି କ୍ଷୂଣ୍ଣ ହେବ ନାହିଁ ବୋଲି ଶାସକ ଦଳ କହିଛି।
ବିଧାୟକ ଅରବିନ୍ଦ ଢାଲି କହିଛନ୍ତି-“ଏଇଟା ସାଂସଦଙ୍କ ବ୍ୟକ୍ତିଗତ ବ୍ୟାପାର। ତାହା ଉପରେ କିଛି କହିବା ଠିକ୍ ହେବନି। ସେହି ଘଟଣା କେମିତି ସମାଧାନ ହେବ, ତାହା ଉପରେ ସେ ଚିନ୍ତା କରିବେ। ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ସ୍ୱଚ୍ଛ। ସେ କେବେ ଅନ୍ୟାୟକୁ ପ୍ରଶ୍ରୟ ଦିଅନ୍ତିନି।”
କଂଗ୍ରେସର ଅଭିଯୋଗ ଉପରେ ଅନୁଭବଙ୍କ ପ୍ରତିକ୍ରିୟା ମିଳିନାହିଁ। ତେବେ ଗତକାଲି କିନ୍ତୁ ଅନୁଭବ କହିଥିଲେ, ମୋତେ ଲିଗାଲ ନୋଟିସ ମିଳିନାହିଁ।
ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି, କେସ ଏବେ କୋର୍ଟରେ ଅଛି। ମହିଳା କମିଶନ ଏକ କ୍ୱାସି ଜୁଡିସିଆଲ ବଡି। ତେଣୁ କୋର୍ଟରେ କେସ୍ ଥିବାରୁ ଏନେଇ ମହିଳା କମିଶନ କିଛି ପଦକ୍ଷେପ ବର୍ତ୍ତମାନ ନେଇ ପାରିବେ ନାହିଁ। ଯଦି କୋର୍ଟରୁ କେଶ ପ୍ରତ୍ୟାହାର ହୋଇ ଆମ ପାଖକୁ ଆସିବ, ତେବେ ଆମେ ସମାଧାନ ପାଇଁ ଉଦ୍ୟମ କରିବୁ ବୋଲି ଶ୍ରୀମତି ବେହେରା କହିଛନ୍ତି।
The post ‘ବିଜେଡି ମା’ଙ୍କୁ କିଭଳି ସମ୍ମାନ ଦିଏ, ତାର ପ୍ରମାଣ ହେଉଛି ଅନୁଭବଙ୍କ ଘଟଣା’ appeared first on Odisha Reporter.
from Odisha Reporter https://ift.tt/321w8ug
No comments:
Post a Comment