ଭୁବନେଶ୍ଵର(ଓଡିଶା ରିପୋର୍ଟର): ବିଧାନସଭା ବସିବା ପୂର୍ବରୁ ସବୁ ବିଧାୟକ ଓ ଷ୍ଟାଫଙ୍କର ହେବ କରୋନା ଟେଷ୍ଟ। ଯେବେ ବିଧାନସଭା ବସିବ, ତାର ଦୁଇ ଦିନ ପୂର୍ବରୁ ହେବ କରୋନା ଟେଷ୍ଟ। ଜଣେ ବରିଷ୍ଠ ଅଧିକାରୀ ଏନେଇ ଆଜି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ବିଧାନସଭାରେ ସ୍ଵତନ୍ତ୍ର କାଉଣ୍ଟର ହୋଇ ସବୁ ବିଧାୟକ ଓ ଷ୍ଟାଫଙ୍କର RT-PCR ଟେଷ୍ଟ କରାଯିବ। ବିଧାନସଭାର ୫ ଦିନ ପରେ ବିଧାୟକମାନଙ୍କର ରାପିଡ୍ ଟେଷ୍ଟ କରାଯିବ। ଏହା ସହ ବିଧାନସଭାକୁ ଆସୁଥିବା ବରିଷ୍ଠ ଅଫିସରଙ୍କର ଆଣ୍ଟିଜେନ୍ ଟେଷ୍ଟ ହେବ।
ସୂଚନାଯୋଗ୍ୟ, ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଅଧିବେଶନର ପରିଚାଳନା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ।
The post ବିଧାନସଭା ପୂର୍ବରୁ ସବୁ ବିଧାୟକଙ୍କର ହେବ କରୋନା ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/3byfXYF
No comments:
Post a Comment