ବଣାଇ(ରଣଜିତ ଚୌଧୁରୀ): ମା’ ପରେ ପରେ ଆଖି ବୁଜିଲା ଦେଢ଼ ବର୍ଷର ଶିଶୁ ପୁତ୍ର। ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମସ୍ଥିତ ଶାଶୁ ଘରୁ ଅଷ୍ଟମୀ କିଷାନ ନାମ୍ନୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ଦେଢ ବର୍ଷର ପୁଅକୁ ରାଉରକେଲା ଆରଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟି ଆଖି ବୁଜିଛି। ଉଭୟ ମା’ ପୁଅଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।
ସୂଚନାଯୋଗ୍ୟ, ଗତରାତିରେ ଅଷ୍ଟମୀ ଓ ତାଙ୍କ ସ୍ୱାମୀ ଡମ୍ବରୁ କିଷାନଙ୍କ ମଧ୍ୟରେ କଳହ ଲାଗିଥିବା ବେଳେ ଆଜି ସକାଳୁ ଅଷ୍ଟମୀଙ୍କ ମୃତଦେହ ଘରୁ ଉଦ୍ଧାର ହୋଇଥିଲା। ହେଲେ ପାଖରେ ତାଙ୍କ ଦେଢ ବର୍ଷର ପୁଅ ଗୁରୁତର ଅବସ୍ଥାରେ ପଡ଼ିଥିଲା। ଏହାପରେ ଶିଶୁଟିକୁ ରାଉରକେଲା ଆରଜିଏଚ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତା’ର ମୃତ୍ୟୁ ହୋଇଛି।
ଅଷ୍ଟମୀଙ୍କ ବାପ ଘର ଲୋକେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଅପରପକ୍ଷେ ବିଷ ପିଇ ଅଷ୍ଟମୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଶାଶୁ ଘର ଲୋକେ ପୁଲିସ୍କୁ କହିଛନ୍ତି। ହେଲେ ଶିଶୁ ପୁତ୍ରଟି କିପରି ଗୁରୁତର ହେଲା ସେ ନେଇ ରହସ୍ୟ ଲାଗି ରହିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ ସମ୍ପୃକ୍ତି ଅଭିଯୋଗରେ କାହାକୁ ଗିରଫ କରାଯାଇ ନାହିଁ।
The post ମା’ ପରେ ପରେ ଆଖି ବୁଜିଲା ଶିଶୁ ପୁତ୍ର appeared first on Odisha Reporter.
from Odisha Reporter https://ift.tt/2E8C6R0
No comments:
Post a Comment