ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 17, 2020

ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୩ ଜଣଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ଖୋର୍ଦ୍ଧା ଜିଲ୍ଲାର। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଯାଇଛି।

କରୋନା ଜନିତ ମୃତ୍ୟୁରେ ଖୋର୍ଦ୍ଧା ଜିଲ୍ଲା ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଗଞ୍ଜାମ ପ୍ରଥମ ସ୍ଥାନରେ ରହିଛି। ଗଞ୍ଜାମରେ କରୋନାରେ ୨୧୫ ଜଣଙ୍କ ଜୀବନ ଯାଇଛି।

ସେହିଭଳି ଆଜି ଯେଉଁ ୧୩ ଜଣ ମୃତକଙ୍କ ସଂପର୍କରେ ତଥ୍ୟ ଆସିଛି, ସେଥିମଧ୍ୟରେ ପୁରୀ ଜିଲ୍ଲାର ମଧ୍ୟ ୪ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୨ରେ ପହଞ୍ଚିଯାଇଛି।

କଟକ ଜିଲ୍ଲାରେ ଆଉ ଜଣଙ୍କ ମୃତ୍ୟୁ ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫ରେ ପହଞ୍ଚିଯାଇଛି। ଏହି ଜିଲ୍ଲା କରୋନା ଜନିତ ମୃତ୍ୟୁରେ ତୃତୀୟ ସ୍ଥାନରେ ରହିଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯ରେ ପହଞ୍ଚିଥିବା ବେଳେ ରାୟଗଡ଼ାରେ ୩୪, ନୟାଗଡ଼ରେ ୧୭, ମାଲକାନଗିରିରେ ୮, କୋରାପୁଟରେ ୭, ନବରଙ୍ଗପୁରରେ ୨, କଳାହାଣ୍ଡିରେ ୬, ବଲାଙ୍ଗିରରେ ୧୨, କନ୍ଧମାଳରେ ୧୭, ସୋନପୁରରେ ୬, ବରଗଡ଼ରେ ୯, ଅନୁଗୋଳରେ ୪, କେନ୍ଦୁଝରରେ ୮, ମୟୂରଭଞ୍ଜରେ ୧୨, ବାଲେଶ୍ୱରରେ ୧୬, ଭଦ୍ରକରେ ୧୦,ଯାଜପୁରରେ ୭, ଜଗତସିଂହପୁରରେ ୬, କେନ୍ଦ୍ରାପଡ଼ାରେ ୩, ଢେଙ୍କନାଳରେ ୨ ଓ ସମ୍ବଲପୁରରେ ୨୦ରେ ପହଞ୍ଚିଛି। ସେହିପରି ବୌଦ୍ଧ ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ ଏଯାବତ୍ ସର୍ବାଧିକ ୨୮,୭୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧,୬୬୫ ସୁସ୍ଥ ହୋଇସାରିଛନ୍ତି। ୭,୦୧୯ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୦ରେ ପହଞ୍ଚିଲା appeared first on Odisha Reporter.



from Odisha Reporter https://ift.tt/3hEfeGP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages