ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା, ସବୁ ରାଜ୍ୟକୁ ଅବଗତ କରାଇଲା ଟ୍ରମ୍ପ ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା, ସବୁ ରାଜ୍ୟକୁ ଅବଗତ କରାଇଲା ଟ୍ରମ୍ପ ପ୍ରଶାସନ

ୱାଶିଂଟନ: ମହାମାରୀ କରୋନା ସଂକ୍ରମଣ ବେକାବୁ ହେଉଥିବା ବେଳେ ଏବେ ଆମେରିକାରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଠିକ ଦୁଇ ଦିନ ପୂର୍ବରୁ ଅର୍ଥାତ ନଭେମ୍ବର ୧ରୁ ଦେଶରେ କରୋନା ଟିକା ବଣ୍ଟା ଆରମ୍ଭ ହେବ। ଏଥିପାଇଁ ଟ୍ରମ୍ପ ପ୍ରଶାସନ ଆମେରିକାର ସବୁ ରାଜ୍ୟକୁ ପ୍ରସ୍ତୁତ ରହିବାକୁ ଅବଗତ କରାଇଛି। କରୋନା ଟିକା ବଣ୍ଟା ହେଲେ ରାଜ୍ୟଗୁଡ଼ିକ ହିଁ ସ୍ଥାନୀୟ ଲୋକଙ୍କ ପାଖରେ ଏହାକୁ ପହଞ୍ଚାଇବେ।

ଡାଲ୍ଲାସରେ ଅବସ୍ଥାପିତ McKesson Corp. ନିକଟରେ ଆମେରିକା ସରକାରଙ୍କ ସହ କରୋନା ଟିକା ଉପଲବ୍ଧ ସଂକ୍ରାନ୍ତରେ ଡିଲ କରିଥିଲା। ନଭେମ୍ବର ମାସ ପୂର୍ବରୁ ଆମେରିକାରେ କରୋନା ଟିକା ଉପଲବ୍ଧ ହେବ। ତେଣୁ ଏହାକୁ ବାଣ୍ଟିବା ପାଇଁ କେନ୍ଦ୍ର ସ୍ଥାପନ ହେବା ଉଚିତ ବୋଲି McKesson Corp. ଟ୍ରମ୍ପ ପ୍ରଶାସନକୁ ଅନୁରୋଧ କରିଥିଲା। ଏହି ଅନୁରୋଧ ପରେ ଟ୍ରମ୍ପ ପ୍ରଶାସନ ସମସ୍ତଙ୍କୁ କରୋନା ଟିକା ବାଣ୍ଟିବା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି।

ଅଗଷ୍ଟ ୨୭ରେ Centers for Disease Control and Preventionର ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ ସବୁ ରାଜ୍ୟକୁ ଲେଖିଥିବା ଚିଠିରେ କହିଥିଲେ ଯେ କରୋନା ଟିକା ଜରୁରୀ କାଳୀନ ସ୍ଥିତିରେ ବଣ୍ଟା ଯିବ। ଏଥିପାଇଁ ସିଡିସି ସମସ୍ତଙ୍କୁ ବଣ୍ଟନ କେନ୍ଦ୍ର ସ୍ଥାପନ କରିବାକୁ ପରାମର୍ଶ ଦେଉଛି। କରୋନା ଟିକା ବଣ୍ଟନ କେନ୍ଦ୍ର ପ୍ରତିଷ୍ଠା କରିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ। ତେଣୁ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଏଥିପାଇଁ ଆବେଦନ କରନ୍ତୁ। ନଭେମ୍ବର ୧ ସୁଦ୍ଧା ଏହି ବଣ୍ଟନ କେନ୍ଦ୍ର ଗୁଡ଼ିକ ସଂପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ଦରକାର।

ସିଡିସି ପକ୍ଷରୁ କରୋନା ଟିକା ସଂକ୍ରାନ୍ତରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ। ଏହି ଟିକାକୁ ଅନୁମୋଦନ ପରେ ଦିଆଯାଇ ପାରିବ ନଚେତ ଜରୁରୀ କାଳୀନ ସ୍ଥିତିରେ ବିନା ଅନୁମୋଦନରେ ବି ଲୋକଙ୍କ ଉପରେ ପ୍ରୟୋଗ କରାଯାଇ ପାରିବ। ଜଣେ ବ୍ୟକ୍ତି ପ୍ରଥମେ ଗୋଟିଏ ଡୋଜ ଟିକା ନେବା ପରେ ଏହାର କିଛି ସପ୍ତାହ ପରେ ପୁଣି ଗୋଟିଏ ଡୋଜ ନେବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି କରୋନା ଟିକାକୁ ପ୍ରଥମେ ଜରୁରୀ ସେବାରେ ନିୟୋଜିତ କର୍ମଚାରୀ, ଜାତୀୟ ସୁରକ୍ଷାରେ ନିୟୋଜିତ ଅଧିକାରୀ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଦିଆଯିବ। ବର୍ତ୍ତମାନ ଆମେରିକାରେ ୩ଟି ଟିକାର ପରୀକ୍ଷଣ କରାଯାଉଛି। ପ୍ରାୟ ୩ଟି ଯାକ ଟିକା ଫେଜ-୩ ଟ୍ରାଏଲରେ ରହିଛି।

The post ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା, ସବୁ ରାଜ୍ୟକୁ ଅବଗତ କରାଇଲା ଟ୍ରମ୍ପ ପ୍ରଶାସନ appeared first on Odisha Reporter.



from Odisha Reporter https://ift.tt/2Z3Tiyt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages