ନୂଆଦିଲ୍ଲୀ: ଚାଇନା ସହ ତିକ୍ତତା ପୁଣିଥରେ ଚରମ ସୀମାରେ ପହଞ୍ଚି ଯାଇଛି। ଲଦାଖର ବିଭିନ୍ନ ସ୍ଥାନରେ ଚାଇନା ବାରମ୍ବାର ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବାରୁ ସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ଦୁଇ ଦେଶର ସେନା ଯବାନ ଏଲଏସିରେ ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଏବେ ଲେହରେ ପହଞ୍ଚିଛନ୍ତି ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେ।
ସେ ଦୁଇ ଦିନିଆ ଲଦାଖ ଗସ୍ତ ଆଜିଠାରୁ ଆରମ୍ଭ କରିଛନ୍ତି। ସେ ସୀମାରେ ସ୍ଥିତି ସମୀକ୍ଷା କରିବା ସହ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ। ବିଶେଷ କରି ପାଙ୍ଗୋଙ୍ଗ ସୋରେ ଭାରତୀୟ ଯବାନମାନେ ଚାଇନାକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ରହିଛନ୍ତି କି ନାହିଁ, ତା’ର ଯାଞ୍ଚ କରିବେ। ଏହାବାଦ୍ ସେ ଏଲଏସିରେ ମୁତୟନ ବରିଷ୍ଠ ଅଧିକାରୀଙ୍କ ସହ ମଧ୍ୟ ବୈଠକ କରିବେ।
ଏହି ସମୟରେ ତାଙ୍କୁ ସ୍ଥିତି ବାବଦରେ ଟପ କମାଣ୍ଡରମାନେ ଅବଗତ କରାଇବେ। ଜେନେରାଲ ନରଭାଣେ ତାଙ୍କର ଏହି ଗସ୍ତ ସମୟରେ ସୀମାରେ ମୁତୟନ ଯବାନମାନଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
The post ଚାଇନା ସହ ତିକ୍ତତା ଭିତରେ ଏଲଏସିରେ ପହଞ୍ଚିଲେ ସେନାଧ୍ୟକ୍ଷ appeared first on Odisha Reporter.
from Odisha Reporter https://ift.tt/31Ui0Tz
No comments:
Post a Comment