ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ନିବାସରୁ ବିଧାନସଭା ଅଧିବେଶନରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।

ଏହାବ୍ୟତୀତ, ଲୋକସେବା ଭବନରେ ଉପସ୍ଥିତ ରହିବେ ୬ ଜଣ ବିଧାୟକ। ସେମାନେ ହେଲେ   ଉଷା ଦେବୀ, ସାବିତ୍ରୀ ଅଗ୍ରଓ୍ୱାଲ, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ଶଶୀ ବେହେରା, ନିତ୍ୟାନନ୍ଦ ସାହୁ  । ଢେଙ୍କାନାଳରେ ରହିବେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ନୂଆପଡ଼ାରେ ରାଜେନ୍ଦ୍ର ଢୋଲକିଆ।  କଣ୍ଟାମାଳରେ ମହୀଧର ରଣା, ଭଦ୍ରକରେ  ଉପସ୍ଥିତ ରହିବେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।

ଅଧିବେଶନ ପାଇଁ କରୋନା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ସମସ୍ତଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା ବିଧାସଭା ଗୃହକୁ ସାନିଟାଇଜ୍ ମଧ୍ୟ କରାଯାଇଛି । କରୋନା ସଂକ୍ରମଣ ଆଶଙ୍କା ଏଡ଼ାଇବା ପାଇଁ  ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ୍ ନଚେତ ଓକାକ୍ ବିଲଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗନେଇ ପାରିବେ ବୋଲି ପୂର୍ବରୁ କୁହାଯାଇଥିଲା।

The post ଆଜିଠୁ ବିଧାନସଭା ଅଧିବେଶନ; ନବୀନ ନିବାସରୁ ଯୋଗ ଦେବେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3kU4V3o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages