ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି?

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର) : କେନ୍ଦ୍ରର କୃଷି ଆଇନକୁ କଂଗ୍ରେସ ବିରୋଧ କରୁଛି। ଏବେ ଏହି ଆଇନକୁ ବିରୋଧ କରି କଂଗ୍ରେସ ଶାସିତ ରାଜ୍ୟ ନିଜସ୍ୱ ଆଇନ୍ ଆଣିବା ଦରକାର। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ଧାରା ୨୫୪ (୨) ଅନୁଯାୟୀ ଏହି ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରର ଏହି କୃଷି ବିଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମାେଦନ ପାଇବା ପରେ ଆଇନରେ ପରଣିତ ହୋଇସାରିଛି। ଏବେ ବିତର୍କର ବିଷୟ ହେଉଛି ଯେତେବେଳେ ରାଷ୍ଟ୍ରପତିଙ୍କ ମୋହର ବାଜି ସାରିଛି ସେତେବେଳେ ରାଜ୍ୟ ଏହାକୁ ବିରୋଧ କରିପାରିବ କି?

ଅନ୍ୟପଟେ କେନ୍ଦ୍ରର କୃଷି ବିଲକୁ ବିରୋଧ କରି କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ କେରଳ ସରକାର ମଧ୍ୟ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି।

କୌଣସି ଆଇନକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ସହମତି ପ୍ରକାଶ ନପାଇଲେ ଏହାକୁ ଆଇନ୍ ଭାଷାରେ Doctrine of Repugnancy କୁହାଯାଏ। ସମ୍ୱିଧାନର ଅନୁଚ୍ଛେଦ ସାତ ଅନୁଯାୟୀ ତିନୋଟି ତାଲିକା ରହିଛି। କେନ୍ଦ୍ର, ରାଜ୍ୟ ଏବଂ କନକୁରେଣ୍ଟ (concurrent list) ଲିଷ୍ଟ। ଏହି କନକୁରେଣ୍ଟ ଲିଷ୍ଟରେ ଅପରାଧିକ ଆଇନ ଏବଂ ପ୍ରକ୍ରିୟା, ବିବାହ, ଛାଡପତ୍ର ଏବଂ ପୋଷ୍ୟ ସନ୍ତାନ, ଦେବାଳିଆ ଏବଂ ଅସମର୍ଥତା, ସାମାଜିକ ସୁରକ୍ଷା, ଶିକ୍ଷା, ବିଦ୍ୟୁତ୍ ଏବଂ କୃଷି ରହିଛି।

ଏବେ କନକୁରେଣ୍ଟ ଲିଷ୍ଟ ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନ ବିରୋଧରେ ରାଜ୍ୟ ବିଧାନସଭାରେ ଏହା ବିରୋଧରେ ଏକ ସଂକଳ୍ପ ବା ପ୍ରସ୍ତାବ ପାରିତ କରିପାରିବେ।  ଏଥିପାଇଁ ଧାରା ୨୫୪ (୨) ଆଇନ୍ ପ୍ରଣୟନ କରିପାରିବେ ରାଜ୍ୟ ସରକାର। ହେଲେ ରାଜ୍ୟ ବିଧାନସଭାର ଆଇନ୍ ରାଷ୍ଟ୍ରପତିଙ୍କ ବିନା ମୋହରରେ ପ୍ରଯୁଜ୍ୟ ହୋଇପାରିବ ନାହିଁ।

ତେବେ ରାଷ୍ଟ୍ରପତି ରାଜ୍ୟ ସରକାର ଦ୍ୱାରା ପାରିତ ହୋଇଥିବା ବିଲ୍ ଉପରେ ମୋହର ମାରିବେ କି ନାହିଁ ତାହା ତାଙ୍କର ଅଧିକାର। ଯଦି ରାଜ୍ୟର ବିଲକୁ କେନ୍ଦ୍ର ବିରୋଧ କରୁଥବ ତାହେଲେ ରାଷ୍ଟ୍ରପତି କେନ୍ଦ୍ର କ୍ୟାବିନେଟର ପରାମର୍ଶ ଲୋଡ଼ି ପାରିବେ। କାରଣ କେନ୍ଦ୍ର କ୍ୟାବିନେଟର ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି କାମ କରନ୍ତି।

ତେବେ ରାଷ୍ଟ୍ରପତି ଯଦି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ମୋହର ନମାରିବେ ତେବେ ସଂପୃକ୍ତ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ତେବେ ସୁପ୍ରିମକୋର୍ଟର ଆଡଭୋକେଟ୍ ସୁନୀଲ ଫର୍ନାଣ୍ଡେସ୍ ଏହାକୁ ନେଇ କହିଛନ୍ତି ଯେ ରାଜ୍ୟଗୁଡିକ ଧାରା ୧୩୧ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ। ଏହି ସମୟରେ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟର ସାମ୍ୱାଧାନିକ କ୍ଷମତାକୁ ବିଚାର କରିପାରିବେ।

The post ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି? appeared first on Odisha Reporter.



from Odisha Reporter https://ift.tt/348zhs1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages