ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍

ଅମରାବତୀ: ମାସକ ଭିତରେ ଚୋର ମାନେ ପାଞ୍ଚ ଥର ମନ୍ଦିର ଉପରେ ଆକ୍ରମଣ କରିଛନ୍ତି। ଚୋରି ସହିତ ପ୍ରତିମୂର୍ତ୍ତି ଭାଙ୍ଗିବା ଅଭିଯୋଗରେ ଏକ ଗ୍ୟାଙ୍ଗକୁ ବିଶାଖାପାଟନମ୍ ଏବଂ ବିଜୟନଗରମ ପୁଲିସ ବାନ୍ଧିଛି। ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି କରୁଥିବା ଏମାନଙ୍କ ବିରୋଧରେ ଅଭିଯୋଗ ରହିଛି। ପୁଲିସ ଗିରଫ କରିଥିବା ବ୍ୟକ୍ତିଙ୍କ ନାମ ଏମ ନାଗାର୍ଜୁନ, ଟି ଭେରା ବାବୁ, ଏମ ଧନରାଜୁ, ସିଏ ସାଇ, ଏ ଚିରଞ୍ଜୀବି ଏବଂ ଜି ଇଶ୍ୱର ରାଓ।

ସମସ୍ତ ଅଭିଯୁକ୍ତ ବିଶାଖାପାଟନମ୍‌ର ବିଜୟଗରମର ବୋଲି ଜଣାପଡ଼ିଛି। ଚିତୋର ଜିଲ୍ଲାର ପାଞ୍ଚଟି ମନ୍ଦିର ଉପରେ ବିଭିନ୍ନ ସମୟରେ ଚୋରି କରୁଥିବା ଅଭିଯୋଗ ରହିଛି। ଶିବ ମନ୍ଦିରକୁ ଯାଇ ଶିବାଙ୍କ ବାହାନ ନନ୍ଦୀଙ୍କ ପ୍ରତିମୂର୍ତ୍ତିକୁ ଦୁଇ ଖଣ୍ଡ କରି ଦେଇଥିଲେ। ଚଳିତ ମାସରେ ମନ୍ଦିର ଉପରେ ଆକ୍ରମଣର ଏହା ହେଉଛି ପଞ୍ଚମ ଘଟଣା।

ବିଶାଖାପାଟନମ୍ ଜିଲ୍ଲାର ବରିଷ୍ଠ ଥାନା ଅଧିକାରୀ କେ.ଭି ରଙ୍ଗାରାଓ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୁଲିସର ପଚରାଉଚରା ପରେ ସମସ୍ତ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛନ୍ତି।

ପୋଲିସ କହିଛି ଯେ ଏହି ଗ୍ୟାଙ୍ଗ ଗତ କିଛି ମାସ ମଧ୍ୟରେ ଦୁଇଟି ଜିଲ୍ଲାରେ ୧୦ରୁ ଅଧିକ ମନ୍ଦିର ଲୁଟ କରିଥିବା ଅଭିଯୋଗ ହୋଇଛି। ସମସ୍ତ ଗ୍ୟାଙ୍ଗର ବ୍ୟକ୍ତି ଅଭ୍ୟାସଗତ ଅପରାଧୀ। ଗିରଫ ହୋଇଥିବା ଗ୍ୟାଙ୍ଗରୁ ୨୧ ହଜାର ଟଙ୍କା ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ, ବିଶାଖାପାଟନମ୍‌ର ମନ୍ଦିରରୁ ଚୋରି ହେବା ପ୍ରଥମ ଘଟଣା ନୁହେଁ। ୨୦୧୭ରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଜଣେ ଚୋର ମନ୍ଦିରର ହୁଣ୍ଠିରୁ ନଗଦ ଟଙ୍କା ଏବଂ ବହୁମୂଲ୍ୟ ଅଳଙ୍କାର ଚୋରି କରିଥିଲା। ଏହାପରେ ପୁଲିସ ଚୋରକୁ ଗିରଫ କରିବା ପରେ ତାଠାରୁ ୧୭.୪ କିଲୋଗ୍ରାମ ରୂପା ଏବଂ ୩୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଥିଲା।

The post ବଢ଼ୁଛି ମନ୍ଦିର ଦାନବାକ୍ସରୁ ଚୋରି ଘଟଣା, ସକ୍ରିୟ ଗ୍ୟାଙ୍ଗକୁ ବାନ୍ଧିଲା ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/3i7lLtN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages