ବୀର ପୁତ୍ର ଭଗତ ସିଂହ ଏବଂ ସ୍ୱର ସାମ୍ରାଜ୍ଞୀଙ୍କୁ ଅଭିନନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ବୀର ପୁତ୍ର ଭଗତ ସିଂହ ଏବଂ ସ୍ୱର ସାମ୍ରାଜ୍ଞୀଙ୍କୁ ଅଭିନନ୍ଦନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ଆଜି ତିନିଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ଜନ୍ମଦିବସ। ଶହିଦ୍ ଭଗତ ସିଂହ, ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ସମେତ ଭାରତ ପାଇଁ ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ ଗୋଲ୍ଡ ମେଡାଲ ଜିତିଥିବା ଅଭିନବ ବିନ୍ଦ୍ରାଙ୍କ ମଧ୍ୟ ଆଜି ହେଉଛି ଜନ୍ମଦିନ।

ଭଗତ ସିଂହଙ୍କ ଜନ୍ମ ୧୯୦୭ ସେପ୍ଟେମ୍ବର ୨୮ (ବର୍ତ୍ତମାନ) ପାକିସ୍ତାନର ଲାୟଲପୁର ଜିଲ୍ଲାସ୍ଥିତ ବଙ୍ଗାରେ ହୋଇଥିଲା। ଜନ୍ମ ସମୟରେ ତାଙ୍କ ପିତା କିଷନ ସିଂହ ରାଜନୈତିକ କାରଣରୁ କାରାଗାରରେ ଥିଲେ। ଭଗତଙ୍କ ପିଲାବେଳ ଲାହୋରରେ କଟିଥିଲା। ୧୯୧୯ରେ ଯେତେବେଳେ ନିଜ ପରିବାର ସହ ଅମୃତସରସ୍ଥିତ ଜାଲିୟାନାଓ୍ୱାଲାଓ୍ୱାଗ ଆସିଥିଲେ। ସେଠାରେ ହତ୍ୟାକାଣ୍ଡ ତାଙ୍କ ମନରେ କ୍ରାନ୍ତି ଜାଗରଣ କରିଥିଲା।

ଭଗତଙ୍କ ପିତା ମହାତ୍ମା ଗାନ୍ଧୀଙ୍କ ସମର୍ଥନବାଦୀ ଥିଲେ। ଯେତେବେଳେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡ଼ିବା ନିମିତ୍ତ ଡାକରା ଦେଇଥିଲେ, ସେତେବେଳେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ୍ ଲାହୋର ପରିତ୍ୟାଗ କରିଥିଲେ। ହେଲେ ସମୟକ୍ରମେ ସେ ଗାନ୍ଧିଜୀଙ୍କ ଅହିଂସା ନୀତିରୁ ଓହରିଯାଇଥିଲେ।

୧୯୨୮ରେ ଲାହୋରରେ ସାଇମନ କମିଶନ ବିରୁଦ୍ଧରେ ପ୍ରଦର୍ଶନ କରାଯିବା ବେଳେ ବ୍ରିଟିଶ୍ ଅଧିକାରୀମାନଙ୍କ ଲାଠିଚାର୍ଜ ଯୋଗୁ ଲାଲା ଲାଜପତ ରାୟଙ୍କ ମୃତ୍ୟୁ ଘଟିଥିଲା। ପଞ୍ଜାବରେ ଲାଲାଜୀଙ୍କ ବେଶ୍ ପ୍ରଭାବ ରହିଥିଲା। ତାଙ୍କ ମୃତ୍ୟୁ ଭଗତ ସିଂହଙ୍କୁ ଖୁବ୍ ବିଚଳିତ କରିଥିବା ବେଳେ ସେ ସହଯୋଗୀ ଶିବରାମ ରାଜଗୁରୁ, ସୁଖଦେବ ଠାକୁର ଏବଂ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଠିଚାର୍ଜ କରିବାକୁ ନିର୍ଦ୍ଦେଶ ଦେଇଥିବା ଜେପି ସାଣ୍ଡର୍ସଙ୍କୁ ଗୁଳି କରି ହତ୍ୟା କରିଥିଲେ।

ପରବର୍ତ୍ତୀ ସମୟରେ ଟ୍ରେଡ୍ ଡିସପ୍ୟୁଟ୍ ଆଇନ୍ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କେନ୍ଦ୍ର ବିଧାନଭାରେ କେହି ନ ଥିବା ସ୍ଥାନରେ ବୋମା ଫିଙ୍ଗିଦେଇଥିଲେ। ୧୯୩୦ ଅକ୍ଟୋବର ୭ରେ ଭଗତ ସିଂହ ଏବଂ ତାଙ୍କ ସହଯୋଗୀଙ୍କୁ ଫାଶୀ ଦଣ୍ଡ ଦେଇଥିଲେ। ଆଉ ୧୯୩୧ ମାର୍ଚ୍ଚ ୨୩ରେ ଭଗତ ସିଂହ, ରାଜଗୁର ଏବଂ ସୁଖଦେବ ଦେଶ ପାଇଁ ଲଢ଼ି ଶେଷରେ ହସି ହସି ଫାଶିଖୁଣ୍ଟରେ ଝୁଲିଗଲେ। ଆଜିର ଏହି ପବିତ୍ର ଦିନରେ ଶହିଦ ଭଗତ ସିଂହଙ୍କ ସ୍ମୃତିଚାରଣ କରି ତାଙ୍କ ବଳିଦାନକୁ ମନେପକାଇବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।

ଭାରତରତ୍ନ ଲତା ମଙ୍ଗେଶକରଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୧୮ରେ ଇନ୍ଦୋରରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ପଣ୍ଡିତ ଦୀନାନାଥ ମଙ୍ଗେଶକର ଏବଂ ମାତାଙ୍କ ନାମ ଥିଲା ଶେବନ୍ତି। ଲତାଜୀଙ୍କ ବାପା ମରାଠୀ ସଙ୍ଗୀତଜ୍ଞ ଥିଲେ। ଏହାସହ ଉଚ୍ଚକୋଟିର ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଏବଂ ମଞ୍ଚ ଅଭିନେତା ମଧ୍ୟ ଥିଲେ। ଲତାଜୀଙ୍କ ମାଆ ଗୁଜରାଟୀ ଥିଲେ। ଘରେ ସର୍ବଦା ସଙ୍ଗୀତମୟ ପରିବେଶ ଥିବାରୁ ପିଲାଟି ଦିନରୁ ଲତା ସଙ୍ଗୀତ ପ୍ରତି ଆକର୍ଷିତ ଥିଲେ। ୫ ବର୍ଷ ବୟସରୁ ହିଁ ଲତାଙ୍କୁ ବାପା ଦୀନାନାଥ ସଙ୍ଗୀତ ଶିକ୍ଷା ଦେବା ଆରମ୍ଭ କରିଦେଇଥିଲେ।

୧୯୪୨ରେ ପିତାଙ୍କ ମୃତ୍ୟୁ ଲତାଙ୍କ ଜୀବନ ବଦଳାଇ ଦେଇଥିଲା। ତାଙ୍କ କାନ୍ଧରେ ପୂରା ପରିବାର ଦାୟିତ୍ୱ ଆସିଗଲା। ସେତେବେଳେ ହିନ୍ଦୀ-ମରାଠୀ ଫିଲ୍ମଗୁଡ଼ିକରେ ଲତା ଅଭିନୟ ମଧ୍ୟ କରିବା ଆରମ୍ଭ କରିଥିଲେ। ମରାଠୀ ଫିଲ୍ମଗୁଡ଼ିକରେ ସେ ଗୀତ ମଧ୍ୟ ଗାଉଥିଲେ। ସେହି ସମୟରେ ଲତାଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା, ଯାହା ଆଜି ଯାଏ ନିରବିଚ୍ଛିନ୍ନ ଭାବେ ଚାଲିଛି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ୨୦ଟି ଭାଷାରେ ୩୦ ହଜାରରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି। ୨୦୦୧ରେ ଲତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଗଲା।

ଏହା ପୂର୍ବରୁ ୧୯୬୯ରେ ଲତାଜୀଙ୍କୁ ପଦ୍ମଭୂଷଣ, ୧୯୮୯ରେ ଦାଦା ସାହବ ଫାଲକେ ପୁରସ୍କାର ଏବଂ ୧୯୯୯ ପଦ୍ନବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତିନିଥର ନ୍ୟାସନାଲ ଆଓ୍ୱାର୍ଡ ଏବଂ ୮ଥର ଫିଲ୍ମଫେୟାର ବିଜେତା ଲତାଜୀଙ୍କ ଆଜି ହେଉଛି ୯୧ତମ ଜନ୍ମଦିବସ। ଆଜିର ଦିନରେ ଲତାଜୀଙ୍କ ସୁସ୍ଥ ଜୀବନ ଓ ଦୀର୍ଘାୟୁ କାମନା କରି ତାଙ୍କୁ ଜନ୍ମଦିନର ଅଜସ୍ର ଅଭିନନ୍ଦନ ଜଣାଉଛୁ।

The post ବୀର ପୁତ୍ର ଭଗତ ସିଂହ ଏବଂ ସ୍ୱର ସାମ୍ରାଜ୍ଞୀଙ୍କୁ ଅଭିନନ୍ଦନ appeared first on Odisha Reporter.



from Odisha Reporter https://ift.tt/3cCgsRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages