ରାଜ୍ୟରେ ଚିହ୍ନଟ ହେଲେ ୩୨୧୯ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରେ ପୁଣି ୭୦୦ ପାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ରାଜ୍ୟରେ ଚିହ୍ନଟ ହେଲେ ୩୨୧୯ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରେ ପୁଣି ୭୦୦ ପାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୨୧୯  ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୮୦ରେ ପହଞ୍ଚିଯାଇଛି।

ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ସେହିପରି ବାକି ୧୨୮୮ଟି ହେଉଛି ଲୋକାଲ୍ କେସ୍‌।

୩୨୧୯  ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ଜଣ ଚିହ୍ନଟ ହୋଇଛନ୍ତି।

କଟକରୁ ୪୦୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୯୪, ବରଗଡ଼ରୁ ୧୮୫, ଗଞ୍ଜାମରୁ ୧୬୯, କେନ୍ଦୁଝରରୁ ୧୦୨, ମୟୂରଭଞ୍ଜରୁ ୧୩୭, ପୁରୀରୁ ୨୧୭ ଜଣ ଚିହ୍ନଟ ହୋଇଛନ୍ତି।


୧,୦୯,୭୮୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦,୭୭୦ ସୁସ୍ଥ ହୋଇସାରିଥିବା ବେଳେ ୨୮,୪୪୩ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନାରେ ରାଜ୍ୟରେ ୫୧୪ ଜଣଙ୍କ ଜୀବନ ଗଲାଣି।

The post ରାଜ୍ୟରେ ଚିହ୍ନଟ ହେଲେ ୩୨୧୯ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରେ ପୁଣି ୭୦୦ ପାର appeared first on Odisha Reporter.



from Odisha Reporter https://ift.tt/3hRY7lA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages