ମୁମ୍ୱାଇ: ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ଆଜି ନାର୍କୋଟିକ୍ସ ବ୍ୟୁରୋ ଦୁଇ ଜଣଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ବ୍ୟକ୍ତି ଦୁଇଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଦୁହିଁଙ୍କୁ ମୁମ୍ୱାଇରୁ ଗିରଫ କରାଯାଇଛି।
ଅଭିଯୋଗ ଅନୁସାରେ ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଏମାନଙ୍କଠାରୁ ଡ୍ରଗ୍ସ ଆଣୁଥିଲେ। ଇଡିର ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତ ଦୁହେଁ ରିଆଙ୍କ ଭାଇ ସୌଭିକଙ୍କର ନାମ ନେଇଥିଲେ।
ଅନ୍ୟପକ୍ଷରେ ରିଆଙ୍କ ବାପାମା’ଙ୍କୁ ସିବିଆଇ ଜେରା କରିଛି। ଲଗାତାର ୧୩ ଦିନ ଧରି ସିବିଆଇର ତନାଘନା ପରେ ଏହି ମାମଲାରେ ପ୍ରଦିଦିନ ନୂଆ ନୂଆ ତଥ୍ୟ ମିଳିବାରେ ଲାଗିଛି।
The post ରିଆଙ୍କ ଡ୍ରଗ୍ସ ଲିଙ୍କ୍: ୨ ଜଣ ଗିରଫ appeared first on Odisha Reporter.
from Odisha Reporter https://ift.tt/3bjKVna
No comments:
Post a Comment