ମିକ୍ସଚର ଗ୍ରାଇଣ୍ଡର ଜାର୍‌ରେ ଫସିଗଲା ଢମଣା ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ମିକ୍ସଚର ଗ୍ରାଇଣ୍ଡର ଜାର୍‌ରେ ଫସିଗଲା ଢମଣା ସାପ

ଅନୁଗୁଳ (ଓଡ଼ିଶା ରିପୋର୍ଟର): ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ବଗଡି ଗାଁରେ ଜଣେ ବ୍ୟକ୍ତିଙ୍କ ଅଗଣାରେ ପଡିଥିବା ଏକ ପରିତ୍ୟକ୍ତ ମିକ୍ସଚର ଗ୍ରାଇଣ୍ଡର ଜାର୍ ଭିତରେ ଏକ ଢମଣା ସାପଟି ଫସି ଯାଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ସାପଟି ବାହାରି ନ ପାରି  ଛଟପଟ ହେଉଥିବା ଦେଖି ପରିବାର ଲୋକେ  ସ୍ନେକ ହେଲ୍‌ପଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍‌ପଲାଇନ ସଦସ୍ୟ ହିମାଂଶୁ ଶେଖର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ।

ସେ ପ୍ରଥମେ ଏକ କଟର ସାହାଯ୍ୟରେ ପରିତ୍ୟକ୍ତ ମିକ୍ସଚର ଗ୍ରାଇଣ୍ଡର ଜଗଟିକୁ କାଟି ସାପଟିକୁ ବାହାର କରିଥିଲେ। ସାପଟି ଫସି ରକ୍ତାକ୍ତ ହୋଇଯାଇଥିବାରୁ ସୃଷ୍ଟି ହୋଇଥିବା କ୍ଷତ ସ୍ଥାନରେ ବ୍ୟାଣ୍ଡେଜ କରିଥିଲେ। ଆଜି ସାପଟିକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଲାଗି ନିଆଯିବ ବୋଲି ସୂଚନା ଦେଇଛନ୍ତି ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ।

The post ମିକ୍ସଚର ଗ୍ରାଇଣ୍ଡର ଜାର୍‌ରେ ଫସିଗଲା ଢମଣା ସାପ appeared first on Odisha Reporter.



from Odisha Reporter https://ift.tt/33cXMUE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages