ସୀମା ବିବାଦ ହ୍ରାସ ଲାଗି ପଞ୍ଚସୂତ୍ରୀ ଫର୍ମୂଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ସୀମା ବିବାଦ ହ୍ରାସ ଲାଗି ପଞ୍ଚସୂତ୍ରୀ ଫର୍ମୂଲା

ନୂଆଦିଲ୍ଲୀ: ପୂର୍ବ ଲଦାଖର ଏଲଓସିରେ ଉଭୟ ଭାରତ ଓ ଚୀନ୍‌ ନିଜ ନିଜ ସୈନ୍ୟ ଠୁଳ କରିବାରେ ଲାଗି ପଡ଼ିଥିବା ବେଳେ ସ୍ଥିତି ଅଶାନ୍ତ ରହିଛି। ଏପରି ସ୍ଥିତିରେ  ରୁଷର ମସ୍କୋରେ ଅନୁଷ୍ଠିତ ଏସିଓ ବୈଦେଶିକ ବ୍ୟାପାର ମନ୍ତ୍ରୀସ୍ତରୀୟ ବୈଠକରେ ସୀମାରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବାକୁ ପଞ୍ଚସୂତ୍ରୀ ସହମତି ପ୍ରକାଶ କରିଛନ୍ତି ଉଭୟ ପକ୍ଷ ।

ମସ୍କୋରେ ଅନୁଷ୍ଠିତ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଚୀନ୍ ପ୍ରତିପକ୍ଷ ଓ୍ୱାଙ୍ଗ ୟି ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ  ଆଲୋଚନା କରିଥିଲେ। ଦୀର୍ଘ  ମାସ ହେଲା ସୀମାରେ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପକାଇବାକୁ ଭାରତ ଓ ଚୀନ୍ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

ବିଭିନ୍ନ ସମୟରେ ହୋଇଥିବା ରାଜନୈତିକ ଆଲୋଚନାର ନିଷ୍କର୍ସକୁ ଗୁରୁତ୍ୱ ଦେଇ ବିଭେଦ ଯେପରି ବିବାଦର ରୂପ ନ ନେବ ସେଥିଲାଗି ମଧ୍ୟ ଯତ୍ନବାନ ହେବା ଉଚିତ ବୋଲି ଦୁହେଁ କହିଛନ୍ତି । ସେହିପରି ଏଲ୍ଏସିରେ ଦେଖାଦେଇଥିବା ପରିସ୍ଥିତି କାହାକୁ ଲାଭ ଦେବ ନାହିଁ ବୋଲି ଉଭୟ ପକ୍ଷ କହିଛନ୍ତି। ସୀମାରେ ଉତ୍ତେଜନା ହ୍ରାସ ଲାଗି ଉଭୟ ପକ୍ଷ କେତେକ କଥାରେ ରାଜି ହୋଇଛନ୍ତି। ସେଗୁଡ଼ିକ ହେଉଛି-

  • ସୀମାରେ ମୁତୟନ ଉଭୟ ଦେଶର ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଓ ଯଥାଶୀଘ୍ର ସୈନ୍ୟ ଅପସାରଣ ସହ ଉତ୍ତେଜନା ହ୍ରାସ ଲାଗି ଉପଯୁକ୍ତ ଦୂରତା ଅବଲମ୍ବନ କରିବା ଉଚିତ୍‌।
  • ସୀମା ସଂପର୍କରେ ଭାରତ ଓ ଚୀନ୍ ମଧ୍ୟରେ ଥିବା ସମସ୍ତ ଚୁକ୍ତି ଓ ପ୍ରୋଟକଲକୁ ଦୁଇ ଦେଶ ସମ୍ମାନ ଦେବେ ।
  • ଉଭୟ ଦେଶ ସୀମାରେ ଶାନ୍ତି ଓ ସଦଭାବ ବଜାୟ ରଖିବେ।  ।
  • ସୀମାକୁ ନେଇ ଥିବା ସମସ୍ତ ଦ୍ୱନ୍ଦ ଦୂର ଲାଗି ସ୍ୱତନ୍ତ୍ର ପ୍ରତିନିଧିଙ୍କ ମାଧ୍ୟମରେ ଆଲୋଚନା ଜାରି ରହିବ।
  • ତା’ସହିତ WMCC ମଧ୍ୟ ନିୟମିତ ଭାବେ ତାର ବୈଠକ ଜାରି ରଖିବ।
  • ସୀମାରେ ଶାନ୍ତି ବଜାୟ ରଖିବା ଲାଗି ପରସ୍ପରର  ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେବା ଉପରେ ସହମତି ପ୍ରକାଶ ପାଇଛି ।

The post ସୀମା ବିବାଦ ହ୍ରାସ ଲାଗି ପଞ୍ଚସୂତ୍ରୀ ଫର୍ମୂଲା appeared first on Odisha Reporter.



from Odisha Reporter https://ift.tt/33hcrOB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages