କଙ୍ଗନା ହେବେ ବିଜେପିର ଷ୍ଟାର୍ ପ୍ରଚାରକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

କଙ୍ଗନା ହେବେ ବିଜେପିର ଷ୍ଟାର୍ ପ୍ରଚାରକ!

ନୂଆଦିଲ୍ଲୀ: ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିବା ପରେ ଶିବସେନା ସହ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବାକ୍ ଯୁଦ୍ଧ ଜାରି ରହିଛି। ତେବେ ୟା ଭିତରେ ଗୋଟେ ଖବର ଆସିଥିଲା ଯେ ଅକ୍ଟୋବର-ନେଭମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନରେ କଙ୍ଗନା ହେବେ ବିଜେପିର ଷ୍ଟାର୍ ପ୍ରଚାରକ। ସୂଚନାଯୋଗ୍ୟ, ନିକଟରେ ତାଙ୍କ ମା’ ବିଜେପିରେ ଯୋଗ ଦେଇଛନ୍ତି।

ତେବେ ଏହି ଖବରକୁ ଖଣ୍ଡନ କରିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସବୁଠୁ ବଡ଼ ପ୍ରଚାରକ।

ଫଡ଼ନାବିସ୍ ଆହୁରି କହିଛନ୍ତି, ଏନ୍‌ଡିଏର ସବୁଠୁ ବଡ଼ ପ୍ରଚାରକ ହେଉଛନ୍ତି ପ୍ରଧାନମନ୍ତ୍ରୀ। ତେଣୁ ଆମର ଅନ୍ୟ କୌଣସି ଷ୍ଟାର ପ୍ରଚାରକଙ୍କ ଆବଶ୍ୟକତା ନାହିଁ।

ସୂଚନାଯୋଗ୍ୟ, ନିକଟରେ କଙ୍ଗନା କରିଥିବା କିଛି ଟ୍ୱିଟ୍‌ରୁ ସୂଚନା ମିଳିଥିଲା ଯେ ବିଜେପିରେ ମିଶିବାକୁ ତାଙ୍କୁ ପ୍ରସ୍ତାବ ଆସିଥିଲା।

ସେପ୍ଟେମ୍ବର ୪ ତାରିଖରେ କଙ୍ଗନା କରିଥିବା ଏକ ଟ୍ୱିଟ୍‌ରେ ଲେଖିଥିଲେ ଯେ ସେ ଦୁଇ ଥର ବିଜେପି ଟିକେଟ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

The post କଙ୍ଗନା ହେବେ ବିଜେପିର ଷ୍ଟାର୍ ପ୍ରଚାରକ! appeared first on Odisha Reporter.



from Odisha Reporter https://ift.tt/32uthdP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages