ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ। ସେଥିରୁ ୨୦୫ କ୍ୱାରେଣ୍ଟାଇନ୍ରୁ ଓ ୨୭୮ ଜଣ ଲୋକାଲ୍ କେସ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି। ଏହାଛଡ଼ା ଆଜି ୩୫୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।
Update on newly detected & cured #COVID19 cases in the last 24 hrs under the BMC area on 6th Sep 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitized & will be under active surveillance. pic.twitter.com/jQCizZIqpp— BMC (@bmcbbsr) September 6, 2020
ୟୁନିଟ୍-୯ ଇଡ୍କୋ କଲୋନୀରୁ ୭, ସହିଦ ନଗରରୁ ୮ କ୍ୱାରେଣ୍ଟାଇନ୍ କେସ ଚିହ୍ନଟ। ସେହିପରି ୟୁନିଟ୍-୯ରୁ ୧୪, ୟୁନିଟ୍-୯ ଇଡକୋ କଲୋନୀରୁ ୧୦ ଲୋକାଲ କେସ, ସହିଦ ନଗରରୁ ୧୧ ଲୋକାଲ କେସ ଚିହ୍ନଟ।
ଆଜି ସୁଦ୍ଧା ବିଏମ୍ସି ଅଞ୍ଚଳରୁ ୧୩୨୯୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୨୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୫୦୧୪ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
The post ଭୁବନେଶ୍ୱରରୁ ୪୮୩ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୭୮ ଲୋକାଲ୍ କେସ appeared first on Odisha Reporter.
from Odisha Reporter https://ift.tt/3gYULfu
No comments:
Post a Comment