ମୁମ୍ବାଇ: ଜାତୀୟ ଗଣମାଧ୍ୟମଗୁଡ଼ିକରେ ସୁଶାନ୍ତ ମୃତ୍ୟୁ ମାମଲାରେ ବଡ଼ ଖବର ପ୍ରକାଶ ପାଇଛି। ଏହି ଖବର ଅନୁଯାୟୀ, ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରୀୟା ଏନସିବି ଆଗରେ ମାନିଛନ୍ତି, ସେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ। ଏପରିକି ସେ ଭାଇ ସୌଭିକ ଜରିଆରେ ଡ୍ରଗ୍ସ ମଗାଉଥିବା ମାନିଥିବା କୁହାଯାଉଛି।
ବିଶେଷ ସୂତ୍ରରୁ ଜଣାପଡ଼ିଛି, ରୀୟା ଏନସିବିକୁ କହିଛନ୍ତି ସେ ସାମୁଏଲ ମିରାଣ୍ଡାଙ୍କୁ ଜାଣନ୍ତି ଯେକି ମାର୍ଚ୍ଚ ୧୭ରେ ଡ୍ରଗ୍ସ ଆଣିବାକୁ ଯାଇଥିଲେ। ସେ କେବଳ ଏ ଘଟଣା ବାବଦରେ ଜାଣନ୍ତିନି, ବରଂ ସେ ତାଙ୍କ ଭାଇ ସୌଭିକ ଚୌଧୁରୀଙ୍କ ଜରିଆରେ ଜୈଦଠାରୁ ଡ୍ରଗସ ଅଣାଯିବା ନେଇ ପୂରା ପ୍ରକ୍ରିୟାର ସମନ୍ବୟ ରକ୍ଷା କରୁଥିଲେ।
ମାର୍ଚ୍ଚ ୧୫ ତାରିଖର ଚାଟ୍ ମଧ୍ୟ ସତ ବୋଲି ମାନିଥିବା କୁହାଯାଉଛି। ରୀୟା ଏହା ମଧ୍ୟ ଜାଣିଥିଲେ, ସୌଭିକ୍ ବଶିଟଠାରୁ ଡ୍ରଗ୍ସ ଆଣନ୍ତି। ତେବେ ରୀୟା ଆଜି ଡେରିରେ ପହଞ୍ଚି ଥିବାରୁ ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଆସନ୍ତାକାଲି ପାଇଁ ମଧ୍ୟ ତାଙ୍କୁ ସମନ୍ କରାଯାଇଛି।
The post ଏନସିବି ଆଗରେ ମାନିଲେ ରୀୟା, ଭାଇ ଜରିଆରେ ସୁଶାନ୍ତଙ୍କ ପାଇଁ ମଗାଉଥିଲେ ଡ୍ରଗ୍ସ! appeared first on Odisha Reporter.
from Odisha Reporter https://ift.tt/2ZbP1ZS
No comments:
Post a Comment