ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୋଷ୍ଟ ଓ୍ୱାଣ୍ଟେଡ୍ ବିକାଶ ଦୁବେକୁ ମଧ୍ୟପ୍ରଦେଶରୁ ୟୁପି ଆଣିବା ବେଳେ ପୁଲିସ ଗାଡ଼ି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲା। ପରେ ବିକାଶ ଦୁବେର ମୃତ୍ୟୁ ହୋଇଥିଲା। ଏବେ ସମାନ କଥା ପୁଣିଥରେ ଉତ୍ତର ପ୍ରଦେଶରେ ଘଟିଛି।

ମୁମ୍ବାଇରୁ ଗ୍ୟାଙ୍ଗଷ୍ଟର ଫିରୋଜ ଖାନ ଛଦ୍ମନାମ ଶାମି (୬୫)କୁ ୟୁପି ପୁଲିସ ନଜରରୁ ଛଅ ବର୍ଷ ଧରି ଫେରାର ଥିଲା। ଏବେ ମୁମ୍ୱାଇରୁ ଗିରଫ ହେବା ପରେ ୟୁପି ପୁଲିସ ଅପରାଧୀ ଫିରୋଜକୁ ନିଜ ଗାଡ଼ିରେ ଆଣୁଥିଲା। ହେଲେ ରାସ୍ତାରେ ଆସିବା ବେଳେ ପୁଲିସ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ଅଭିଯୁକ୍ତ ଫିରୋଜର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ଓ ଜଣେ ଅଭିଯୁକ୍ତର ସମ୍ପର୍କୀୟ ମଧ୍ୟ ଆହତ ହୋଇଛନ୍ତି। ରାସ୍ତାରେ ଗାଈ ହଠାତ୍ ଆସିବା ଯୋଗୁଁ ଦୁର୍ଘଟଣା ଘଟିଛି।

ରବିବାର ସକାଳ ପ୍ରାୟ ସାଢ଼େ ଛଅଟାରେ ଗୁନା ଜିଲ୍ଲାର ସୀମାରେ ଥିବା ଜୋଗିପୁରା ଟୋଲ ବ୍ଲକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ ଅଧିକାରୀ ଆଦିତ୍ୟ ସୋନି କହିଛନ୍ତି, ଲକ୍ଷ୍ନୌରେ ଥିବା ଠାକୁରଗଞ୍ଜ ପୁଲିସ ମୁମ୍ବାଇରୁ ଫିରୋଜ ଖାନଙ୍କୁ ଗିରଫ କରିଥିଲା। ଏହାପରେ ୟୁପି ପୁଲିସ ମହାରାଷ୍ଟ୍ରରୁ ଏକ ଇନୋଭା କାରରେ ଆଣୁଥିଲେ ଫିରୋଜ ଖାନକୁ। ଏହି ସମୟରେ ରବିବାର ସକାଳ ୬ଟାରେ ଜୋଗିପୁରା ଟୋଲ୍ ଗେଟ୍ ପୂର୍ବରୁ ପ୍ରାୟ ଗୋଟିଏ କିଲୋମିଟର ଗାଁ ରାସ୍ତା ଅତିକ୍ରମ କରିବାର ଥିଲା। ଏହି ସମୟରେ ଗାଡ଼ି ଆଗକୁ ଗାଈ ପଳାଇ ଆସିଥିଲା। ଗାଡିଟି ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇଯିବାରୁ ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଠାକୁରଗଞ୍ଜ ପୁଲିସର ଏସଆଇ ଜେପି ପାଣ୍ଡେ, କନଷ୍ଟେବଳ ସଞ୍ଜୀବ କୁମାର ଏବଂ ଫିରୋଜଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ  ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଫିରୋଜ ଖାନର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ବିକାଶ ଦୁବେକୁ ୟୁପି ଆଣିବା ବେଳେ ମଧ୍ୟ ପୁଲିସ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ପୁଲିସର କହିବା ଅନୁଯାୟୀ ରାସ୍ତାକୁ ଗାଈ ପଳାଇ ଆସିବାରୁ ବିକାଶ ଦୁବେ ବସିଥିବା ପୁଲିସ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।

The post ବିକାଶ ଦୁବେ ଘଟଣାର ପୁନରାବୃତ୍ତି ! ଫେରାର ଗ୍ୟାଙ୍ଗଷ୍ଟାର ୟୁପି ଆସୁଥିବା ବେଳେ ଦୁର୍ଘଟଣାରେ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/336rg7G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages