ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨୧ ତାରିଖରେ କଟକ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଚେତିଛି ଅଗ୍ନିଶମ ବିଭାଗ । କୋଭିଡ ହସ୍ପିଟାଲଗୁଡ଼ିକରେ ନିୟମିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରିବା ଲାଗି ପଦକ୍ଷେପ ନେଇଛି ଅଗ୍ନିଶମ ବାହିନୀ । ପ୍ରତି ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅନୁଧ୍ୟାନ କରାଯିବ।

ସେହିଭଳି ହସ୍ପିଟାଲ ପକ୍ଷରୁ ଦୈନିକ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ ସହ ଏନେଇ ଅଗ୍ନିଶମ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କୁହାଯାଇଛି । ହସ୍ପିଟାଲ ପକ୍ଷରୁ ଦୈନିକ ସିଫ୍ଟ ଭିତ୍ତିରେ ନିଜସ୍ୱ ଅଗ୍ନି ନିରାପତ୍ତା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଅଗ୍ନି ନିରାପତ୍ତା ଅଧିକାରୀ ହସ୍ପିଟାଲର ଅଗ୍ନି ନିରାପତ୍ତା ସଂପର୍କିତ ସମସ୍ତ ଦିଗକୁ ଯାଞ୍ଚ କରିବେ ।

ଏନେଇ ପ୍ରସ୍ତୁତ କରିଥିବା ରିପୋର୍ଟ ଦ୍ୱିତୀୟ ସିଫ୍ଟର ଅଧିକାରୀଙ୍କୁ ଦେବେ । ସେହିପରି ସେଦିନର ରିପୋର୍ଟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଏହାପରେ ୧୫ ଦିନରେ ଥରେ ହସ୍ପିଟାଲକୁ ଯାଇଥିବା ଅଗ୍ନିଶମ ଅଧିକାରୀ ସେସବୁର ଯାଞ୍ଚ କରିବେ ।

ଏହି ଆଧାରରେ ଅଗ୍ନିଶମ ବିଭାଗ ପକ୍ଷରୁ କୋଭିଡ ହସ୍ପିଟାଲରେ ନିୟମିତ ଭାବେ ଅଗ୍ନି ନିରାପତ୍ତା ଅଡିଟ୍ ସହ ସେଫ୍ଟି ଡ୍ରିଲ କରାଯିବ। ଏନେଇ ଜିଲ୍ଲାସ୍ତରୀୟ ଅଗ୍ନିଶମ ଅଧିକାରୀ ଓ ସହକାରୀ ଅଗ୍ନିଶମ ଅଧିକାରୀଙ୍କ ଭିଡିଓ କନଫରେନ୍ସିଂରେ ଆଲୋଚନା ପରେ କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି।

The post ପ୍ରତି ୧୫ ଦିନରେ କୋଭିଡ ହସ୍ପିଟାଲରେ ହେବ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ appeared first on Odisha Reporter.



from Odisha Reporter https://ift.tt/3kNUVZi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages