ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ନେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନନ୍ଦନବିହାର ନିକଟ ଏକ  ବ୍ୟାଙ୍କରୁ ଗତକାଲି ହୋଇଥିବା ଲୁଟ୍ ମାମଲାରେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।  ତେବେ ଏଯାଏ ଲୁଟେରାଙ୍କ ଟେର୍ ପାଇପାରି ନଥିବା ବେଳେ ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକ ଖେଳନା ବନ୍ଧୁକ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୁଲିସ୍‌।

ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା୪୦ ବେଳେ ଘଟିଥିଲା ଲୁଟ୍‌।  ହେଲମେଟ ପିନ୍ଧିଥିବା ଜଣେ ଦୁର୍ବୃତ୍ତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲା । ଏହି ସମୟରେ ବ୍ୟାଙ୍କରେ ୩ ଜଣ କର୍ମଚାରୀ ଥିବା ସୂଚନା ମିଳିଛି । ବନ୍ଧୁକ
ଦେଖାଇ ଦୁର୍ବୃତ୍ତଜଣକ ବ୍ୟାଙ୍କରେ ଥିବା ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଇନଫୋସିଟି ଥାନା  ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତନାଘନା କରୁଥିଲା ବେଳେ ସିସିଟିଭି ଯାଞ୍ଚରୁ ବନ୍ଧୁକଟି ଖେଳନା ବନ୍ଧୁକ ହୋଇଥାଇପାରେ
ବୋଲି ପୋଲିସ୍ ସୂଚନା ଦେଇଛି।

The post ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ନେଲେ appeared first on Odisha Reporter.



from Odisha Reporter https://ift.tt/2DHGHcO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages