ଜଣେ ଅଭିନେତାଙ୍କୁ ବାହା ହେବେ ଜ୍ୱାଲା, ସରିଲା ନିର୍ବନ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

ଜଣେ ଅଭିନେତାଙ୍କୁ ବାହା ହେବେ ଜ୍ୱାଲା, ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ: ବାହା ହେବେ ବ୍ୟାଡମିଣ୍ଟନ୍ ତାରକା ଜ୍ୱାଲା ଗୁଟ୍ଟା। ଏଥିପାଇଁ ନିର୍ବନ୍ଧ ସରିଯାଇଛି। ରବିବାର ୩୭ତମ ଜନ୍ମଦିନରେ ତାଙ୍କର ନିର୍ବନ୍ଧ ହୋଇଥିଲା। ଜ୍ୱାଲା ଯାହାଙ୍କୁ ବାହା ହେବେ ସେ ଜଣେ ତାମିଲ ଅଭିନେତା ଓ ପ୍ରଯୋଜକ। ତାଙ୍କ ନାଁ ବିଷ୍ଣୁ ବିଶାଲ।

ନିର୍ବନ୍ଧ ସଂପର୍କରେ ଜ୍ୱାଲା ସୋମବାର ଟ୍ୱିଟ୍ କରି ଜଣାଇଥିଲେ। ଏଥିରେ ସେ ଲେଖିଥିଲେ ଯେ ଗତକାଲି ରାତିରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟ କରି ଦେଲା ଭଳି ଏକ ସୁନ୍ଦର ଘଟଣାଥିଲା। ଏହା ସହିତ ଆଗକୁ ତାଙ୍କ ଜୀବନଯାତ୍ରା ଖୁବ୍ ସୁନ୍ଦର ହେବ ବୋଲି ମଧ୍ୟ ଲେଖିଥିଲେ। ଏହି ଟ୍ୱିଟ୍‌ରେ ଜ୍ୱାଲା ଦୁଇଟି ଫଟୋ ବି ଦେଇଥିଲେ। ଫଟୋ ଦୁଇଟିରେ ସେ ଓ ବିଷ୍ଣୁଙ୍କୁ ଦେଖିବାକୁ ମିଳିଥିଲା।


ଅଭିନେତା ତଥା ପ୍ରଯୋଜକ ବିଷ୍ଣୁ ବିଶାଲ ମଧ୍ୟ ଟ୍ୱିଟ୍ କରି ନିର୍ବନ୍ଧ ସଂପର୍କରେ ସୂଚନା ଦେଇଥିଲେ।


ଉଭୟ ଜ୍ୱାଲା ଓ ବିଷ୍ଣୁ ପୂର୍ବରୁ ବାହା ହୋଇଥିଲେ। ଏହା ଉଭୟଙ୍କ ଦ୍ୱିତୀୟ ବାହାଘର ହେବାକୁ ଯାଉଛି।

ଜ୍ୱାଲା ବ୍ୟାଡ୍‌ମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ୨୦୦୫ରେ ବାହା ହୋଇଥିଲେ। ତେବେ ଏହି ବାହାଘର ୨୦୧୧ ପର୍ଯ୍ୟନ୍ତ ତିଷ୍ଠିଥିଲା। ସେହିଭଳି ବିଷ୍ଣୁ ଅଭିନେତ୍ରୀ ରଜୀନି ନଟରାଜଙ୍କୁ ବାହା ହୋଇଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି। ତାଙ୍କ ନାଁ ଆର୍ଯ୍ୟନ। ଦୁଇ ବର୍ଷ ତଳେ ଜ୍ୱାଲା ଓ ବିଶାଲ ସେମାନଙ୍କ ସଂପର୍କ ବିଷୟରେ ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ, ୨୦୧୧ରେ ଜ୍ୱାଲା ଗୁଟ୍ଟାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

The post ଜଣେ ଅଭିନେତାଙ୍କୁ ବାହା ହେବେ ଜ୍ୱାଲା, ସରିଲା ନିର୍ବନ୍ଧ appeared first on Odisha Reporter.



from Odisha Reporter https://ift.tt/336ltht

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages