କରୋନା ପାଇଁ ବସିବନି ସର୍ବଦଳୀୟ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

କରୋନା ପାଇଁ ବସିବନି ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ପାଖରୁ ଆରମ୍ଭ ହେବାକୁ ଯାଉଛି ଚଳିତ ମୌସୁମୀ ଅଧିବେଶନ। କରୋନା ମହାମାରୀ ବେଳେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଇ ଚଳିତ ଥର ସଂସଦର ଆଧିବେଶନ ବସିବାକୁ ଯାଉଛି। ତେବେ ନିୟମ ଅନୁଯାୟୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ। ହେଲେ କରୋନା ପାଇଁ ଚଳିତଥର ଏହି ବୈଠକ ହେବନି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି।

ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ। ଏହି ବୈଠକରେ ସଂସଦର ଉଦ୍ଦେଶ୍ୟ, ଲକ୍ଷ୍ୟ ଉପରେ ଆଲୋଚନା ହୋଇଥାଏ ସମସ୍ତ ଦଳର ନେତାଙ୍କ ସହିତ। ତେବେ ଆଜି ସଂସଦରେ ରାଜ୍ୟସଭାର ବ୍ୟବସାୟ ପରାମର୍ଶଦାତା କମିଟିର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସଂସଦରେ ପ୍ରବେଶ କରିବା ପୂର୍ବରୁ ସମସ୍ତ କର୍ମଚାରୀ ଏବଂ ସାଂସଦ RT-PCR COVID-19 ରିପୋର୍ଟ ଦେବେ। COVID-19 ସଂକ୍ରମଣକୁ ରୋକିବା ପାଇଁ ଏନଆଇସି ଦ୍ୱାରା ତିଆରି ହୋଇଥିବା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ସାଂସଦ ମାନେ ଉପସ୍ଥାପନ ପକାଇବେ।

ସୂଚନାଯୋଗ୍ୟ, କରୋନା ଭାଇରସ ସଙ୍କଟ ମଧ୍ୟରେ ସେପ୍ଟେମ୍ବର ୧୪ ରୁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ୧୪ ସେପ୍ଟେମ୍ବରରୁ ୧ ଅକ୍ଟୋବର ପର୍ଯ୍ୟନ୍ତ ସଂସଦ ଚାଲିବ। ମୋଟ ୧୮ ଟି କାର୍ଯ୍ୟ ଦିବସ ରହିଛି। ଏଥର ଶନିବାର ଏବଂ ରବିବାର ଛୁଟି ରହିବ ନାହିଁ। ଲୋକସଭା ପ୍ରଥମ ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ, ବାକି ଦିନ ଅପରାହ୍ନ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବସିବ।

ଏହି ଅଧିବେଶନରେ କୌଣସି ସଦସ୍ୟ ପ୍ରାଇଭେଟ ବିଲ୍ କିମ୍ୱା ବ୍ୟବସାୟିକ ବିଧେୟକ ଆସିବ ନାହିଁ । ସେହିଭଳି ରାଜ୍ୟସଭା ପ୍ରଥମ ଦିନରେ ଅର୍ଥାତ୍ ୧୪ ସେପ୍ଟେମ୍ବର ଅପରାହ୍ନ ୩ ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ବସିବ କିନ୍ତୁ ବାକି ଦିନ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବସିବ।

ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନରେ ଆଗତ ହେବାକୁ ଥିବା ୨୩ଟି ନୂଆ ବିଲ୍ ତାଲିକାଭୁକ୍ତ ହୋଇଛି। ଯାହା ୧୧ଟି ନିୟମକୁ ବଦଳାଇବ। ୧୮ ଦିନିଆ ଅଧିବେଶନରେ ସରକାର ବିଲ୍ ଆକାରରେ ପାସ୍ କରିବାକୁ ଯୋଜନା କରୁଥିବା ଏକ ନିୟମ ହେଉଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ ପଦକ୍ଷେପ ସହ ଜଡିତ ଏକ ନିୟମ।

The post କରୋନା ପାଇଁ ବସିବନି ସର୍ବଦଳୀୟ ବୈଠକ appeared first on Odisha Reporter.



from Odisha Reporter https://ift.tt/2Rlqihj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages