ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ଆଜି ଦିଲ୍ଲୀ ଏମ୍ସରେ ଦେହାନ୍ତ ହୋଇଛି। ୭୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଦୁଇ ଦିନ ପୂର୍ବରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା। ନିଃଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏ ନେଇ ଦିଲ୍ଲୀ ଏମ୍ସ ସୂଚନା ଦେଇଛି।
ରଘୁବଂଶଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ, ବିଜେପି, ଜେଡିୟୁ, ଆରଜେଡି, କଂଗ୍ରେସ ଆଦି ଅନେକ ଦଳର ନେତା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି।
ରଘୁବଂଶଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଚାରା ଘୋଟୋଲାର ରାଞ୍ଚି ଜେଲରେ ସଜା କାଟୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ ଟ୍ୱିଟ୍ କରି ଶେକ ପ୍ରକାଶ କରିବା ସହିତ ଲେଖିଛନ୍ତି, “ପ୍ରିୟ ରଘୁବଂଶ ବାବୁ!, ଏ କ’ଣ କଲେ ଆପଣ? ଦୁଇ ଦିନ ତଳେ ମୁଁ କହିଥିଲି ଆରୋଗ୍ୟ ହୋଇ ଆସିଲେ ସମସ୍ୟାର ସମାଧାନ କରିବା”। କହିରଖୁଛୁ, ଲାଲୁ ଜେଲରେ ଥିବା ବେଳେ ତାଙ୍କ ପରିବାର ଲୋକ ତାଙ୍କର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଜରିଆରେ ତାଙ୍କ ଚିନ୍ତାଧାରାକୁ ପୋଷ୍ଟ କରିଥାନ୍ତି।
प्रिय रघुवंश बाबू! ये आपने क्या किया?
मैनें परसों ही आपसे कहा था आप कहीं नहीं जा रहे है। लेकिन आप इतनी दूर चले गए।
नि:शब्द हूँ। दुःखी हूँ। बहुत याद आएँगे।
— Lalu Prasad Yadav (@laluprasadrjd) September 13, 2020
ତାଙ୍କର ମୃତ୍ୟୁ ପରେ ରାଜନୀତିକ ମହଲରେ ଶୋକର ଛାୟା ଖେଳିଯାଇଛି। ଆଗକୁ ବିହାର ବିଧାନସଭା ନିର୍ବାଚନ। ଏହି ସମୟରେ ରଘୁବଂଶଙ୍କ ବିୟୋଗ ବିହାର ରାଜନୀତି ପାଇଁ ଶକ୍ତ ଝଟକା ହୋଇଛି। ୟୁପିଏ ସରକାରରେ ରଘୁବଂଶ କେନ୍ଦ୍ରମନ୍ତ୍ରୀ ଥିଲେ। ନିକଟରେ ସେ ହାତରେ ଚିଠି ଲେଖି ନିଜ ଇସ୍ତଫା ପତ୍ର ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପଠାଇଥିଲେ।
ରଘୁବଂଶଙ୍କ ଇସ୍ତଫା ପତ୍ର ମିଡିଆରେ ଦେଖିବା ପରେ ଲାଲୁ ଯାଦବ ମଧ୍ୟ ଚିଠି ଲେଖି ରଘୁବଂଶଙ୍କ ଆରୋଗ୍ୟ କାମନା କରିଥିଲେ। ଆରୋଗ୍ୟ ହେଲା ପରେ ମିଳିମିଶି ସମସ୍ୟାର ସମାଧାନ କରିବେ ବୋଲି ଲାଲୁ ଆଶ୍ୱାସନା ଦେଇଥିଲେ।
ଲାଲୁ ଚିଠିରେ କହିଥିଲେ ଯେ “ଆପଣଙ୍କ ଦ୍ୱାରା ଲିଖିତ ଚିଠି ଗଣମାଧ୍ୟମ ଜରିଆରେ ପାଇଛି। ମୁଁ ଏହାକୁ ବିଶ୍ୱାସ କରିପାରୁ ନାହିଁ। ଚାରି ଦଶନ୍ଧି ମଧ୍ୟରେ ଆମେ ପ୍ରତ୍ୟେକ କ୍ଷେତ୍ରରେ ଏକ ରହିଛୁ। ରାଜନୀତିକ, ସାମାଜିକ, ପାରିବାରିକ ସମସ୍ୟାରେ ମଧ୍ୟ ଏକ ରହିଛୁ। ଆପଣ କୁଆଡେ ଯାଉ ନାହାନ୍ତି। ଆରୋଗ୍ୟ ହେଲା ପରେ ଏକାଠି ବସି ସମସ୍ୟାର ସମାଧାନ କରିବା”।
The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/35wJpgP
No comments:
Post a Comment