ଓଡ଼ିଶାର ଲଦାଖ; ୟୁଥ୍‌ଙ୍କ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 18, 2020

ଓଡ଼ିଶାର ଲଦାଖ; ୟୁଥ୍‌ଙ୍କ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁଉଚ୍ଚ ପାହାଡ, ଚାରିଆଡ଼େ  ସବୁଜ ବନାନୀ, ଆଉ ତା ମଧ୍ୟରେ ଭରି ରହିଛି ନିଳ ଜଳରାଶି। ଏହା କୌଣସି ଫରେନ ଲୋକେସନ୍‌ ନୁହେଁ, ଏପରି ଦୃଶ୍ୟରାଜିର ସୌନ୍ଦର୍ଯ୍ୟକୁ ଉପଭୋଗ କରିହେବ ଆମ ରାଜ୍ୟର ଖୋର୍ଦ୍ଧା ଜିଲ୍ଲାରେ। ଆକାଶ  ମାର୍ଗରୁ ଦେଖିଲେ ଆଖି ଲାଖି ଯାଉଥିବା ଏପରି  ସ୍ଥାନ ଏବେ  ୟୁଥ୍‌ମାନଙ୍କ ପାଇଁ ଏକ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ ସାଜିଛି। କିଏ କିଏ ଏହାକୁ ଓଡ଼ିଶାର ଲଦାଖ ବୋଲି ମଧ୍ୟ କହିବାକୁ ପଛାଉ ନାହାନ୍ତି।

ଡ୍ରୋନ୍ କ୍ୟାମେରାରେ ନିଆଯାଇଥିବା ଏଭଳି ଅନେକ ଭିଡିଓ ଏବଂ ଚିତାକର୍ଷକ ଫଟୋ ସୋଶାଲ ମିଡିଆରେ ଦେଖିବାକୁ ମିଳିଯିବ ।  ସୁନ୍ଦର ସୁନ୍ଦର କ୍ୟାପସନ ସହ ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମରେ ସେଲଫି ଅପଲୋଡ କରୁଛନ୍ତି ୟୁଜର୍ସ  । ୟୁଥ୍‌ମାନଙ୍କ ପାଇଁ ଏକ ନୂଆ ହ୍ୟାଙ୍ଗଆଉଟ ଡେଷ୍ଟିନେସନ ସାଜିଥିବା ଏହି ସ୍ଥାନ ହେଉଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ । ଯାହା ବର୍ତ୍ତମାନ ଯୁବ ପିଢ଼ୀଙ୍କ ପାଇଁ ଓଡ଼ିଶାର ଲଦାଖ ଭାବରେ ପରିଚୟ ପାଇଛି ।

ଖାସ୍ ସେଥିପାଇଁ  ଯୁବଗୋଷ୍ଠୀଙ୍କ ମଧ୍ୟରେ ଏବେ ଏହି ସ୍ଥାନକୁ ନେଇ ବେଶ୍ ଉତ୍କଣ୍ଠା । ଫଟୋଗ୍ରାଫି, ସିନେମାଟୋଗ୍ରାଫି, ପ୍ରି ୱେଡିଙ୍ଗ୍ , ମ୍ୟୁଜିକ ଭିଡିଓ ସୁଟିଂ ପାଇଁ ଏହି ସ୍ଥାନରେ ପ୍ରତିଦିନ ଭିଡ଼ ଜମୁଛି  ।

ଏପରି ମନଲୋଭ ଦୃଶ୍ୟ ଦେଖିବାକୁ ବେଶି ବାଟ ଯିବାକୁ ପଡ଼ିବ ନାହିଁ।  ଖୋର୍ଦ୍ଧା ସହରରୁ ମାତ୍ର ୧୨ କିଲୋମିଟର ଦୂରରେ ଅବସ୍ଥିତ ତାପଙ୍ଗ ।  ଆଉ ତାପଙ୍ଗଠାରୁ ମାତ୍ର ୬ କିଲୋମିଟର ଗଲେ ପଡ଼ିବ  ହାତିଆ ମୁଣ୍ଡିଆ । ଯାହାକୁ ଏବେ ସମସ୍ତେ ପର୍ଯ୍ୟଟନ ସ୍ଥଳି ବୋଲି ବିବେଚନା କରୁଛନ୍ତି । ଏଠାକୁ ଆସୁଥିବା ପର୍ଯ୍ୟଟକ ଏଠାରେ ବୁଲି ବେଶ୍‌ ଆନନ୍ଦ ପାଉଥିବା କହିଛନ୍ତି । ନେଟରେ ଯାହା ସର୍ଚ୍ଚ କରିଥିଲୁ, ତାହାଠୁ ଅଧିକ ପାଇଲୁ। ବ୍ୟସ୍ତବହୁଳ ଜୀବନରୁ ଟିକେ ଫୁରସତ ମିଳିଲେ  ଏହି ଜାଗାକୁ ଆସି ଖୁବ୍‌ ଶାନ୍ତି ପାଉଥିବା କହିଛନ୍ତି ପର୍ଯ୍ୟଟକ।

ହେଲେ ଏହା ନା କୌଣସି ପର୍ଯ୍ୟଟନ କ୍ଷେତ୍ର ନା କୌଣସି ସୁରକ୍ଷିତ ଅଞ୍ଚଳ । ଏହା ହେଉଛି ବେଆଇନ ପଥର ଖଣି ଅଞ୍ଚଳ । ଅସାମାଜିକଙ୍କ ଆଡ୍ଡା, ପଥର ମାଫିଆଙ୍କ ଭୂସ୍ୱର୍ଗ । ଲକଡାଉନ, ସଟଡାଉନ ଯୋଗୁଁ ଏଠାରେ ପଥର ଉତ୍ତୋଳନ ବନ୍ଦ ରଖିଥିଲେ ପଥର ମାଫିଆ।  ଆଉ ବର୍ଷା ପରେ ପଥର ଉତ୍ତୋଳନ ହୋଇଥିବା ଖାଲରେ ବର୍ଷା ପାଣି ଭର୍ତ୍ତି ହୋଇ ଏଠାକାର ପାଣି ଏବେ ନୀଳ  ରଙ୍ଗ ହୋଇଯାଇଛି ।  ଯାହା କ୍ୟାମେରା ଲେନ୍ସରେ ଅତି ଆକର୍ଷଣୀୟ ଲାଗୁଛି । ଧିରେ ଧିରେ ଏହି ଅଞ୍ଚଳର ଫଟୋ ଯୁବପୀଢ଼ିଙ୍କୁ ଆକର୍ଷିତ କରିବା ପରେ ଏହି ସ୍ଥାନକୁ ପ୍ରତିଦିନ ଯୁବବର୍ଗଙ୍କ ଭିଡ଼ ଜମୁଛି।

ଏ ସମ୍ପର୍କରେ ଭୂତତ୍ତ୍ୱବିତ  ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ସେହି ଜଳରେ ଶୈବାଳ ସୃଷ୍ଟି ହୋଇ ଖୁବ୍‌ ଶୀଘ୍ର ବୃଦ୍ଧି ପାଇଯାଇଛନ୍ତି।  ଏହା ଫଳରେ ଉପରେ ଏକ ସବୁଜ ଆସ୍ତାରଣ ସୃଷ୍ଟି ହୋଇ ଆକର୍ଷଣୀୟ ଲାଗୁଛି।

ସବୁଠାରୁ ଉଦବେଗର କଥା ହେଲା ପ୍ରଶାସନର ନାକ ତଳେ ବର୍ଷ ବର୍ଷ ଧରି ଲୁଟ୍ ଚାଲିଛି । କୋଟି କୋଟି ଟଙ୍କାର କଳା ମୁଗୁନି ପଥର  ଅସାଧୁ ଅଫିସର-ପଥର ମାଫିଆଙ୍କ ମଧୁ ଚନ୍ଦ୍ରିକାରେ ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବି ଆଜି ନିରବଦ୍ରଷ୍ଟା ସ୍ଥାନୀୟ ପ୍ରଶାସନ।  ଏହାସତ୍ତ୍ୱେ ଏହି ସ୍ଥାନକୁ ଏକ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରଚାର କରାଯାଉଥିବା  ଓଡ଼ିଶା ଟୁରିଜିମ୍‌ର ଏକ ଟ୍ୱିଟ୍‌ରୁ ସ୍ପଷ୍ଟ ହେଉଛି।

   ପଥର ମାଫିଆଙ୍କ ଭୂସ୍ୱର୍ଗ ପାଲଟିଥିବା ଏହି ହାତିଆ ମୁଣ୍ଡଆକୁ ସରକାର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେଉ ନ ଥିବାରୁ ଅସନ୍ତୋଷ ଦେଖାଦେଉଥିବା ବେଳେ  ଏନେଇ କିନ୍ତୁ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । କେବଳ ତାପଙ୍ଗ ନୁହେଁ ଖୋର୍ଦ୍ଧା ଅଞ୍ଚଳର ଅନେକ ସ୍ଥାନରେ ଏମିତି ପଥର ଲୁଟ୍ କରି ପାହାଡକୁ ଶେଷ କରିବାକୁ ବସିଲେଣି ପଥର ମାଫିଆ।

The post ଓଡ଼ିଶାର ଲଦାଖ; ୟୁଥ୍‌ଙ୍କ ନୂଆ ହ୍ୟାଙ୍ଗ୍‌ଆଉଟ୍‌ ଡେଷ୍ଟିନେସନ appeared first on Odisha Reporter.



from Odisha Reporter https://ift.tt/3mD7s3s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages