ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ

ନୂଆଦିଲ୍ଲୀ: ଜାପାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଦ୍ୱିତୀୟ ମନ୍ତ୍ରୀସ୍ତରୀୟ ବୈଠକ ବା କ୍ୱାଡ ବୈଠକରେ ସାମିଲ୍ ହେବା ପାଇଁ ଜୟଶଙ୍କର ଦୁଇ ଦିନିଆ ଜାପାନ ଗସ୍ତ କରିବେ। ତେବେ ଜୟଶଙ୍କରଙ୍କ ଏହି ଗସ୍ତ ଚୀନ୍ ପାଇଁ ଟେନସନ ବଢ଼ାଇବ। ଅକ୍ଟୋବର ୬ରେ ଅନୁଷ୍ଠିତ ହେବାକୁ ଥିବା ବୈଠକର ଉଦ୍ଦେଶ୍ୟ ହେଉଛି ସହଯୋଗୀ ଦେଶ ମଧ୍ୟରେ ରଣନୀତି ମଜବୁତ କରିବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଲକ୍ଷ୍ୟକୁ ଆଗକୁ ବଢ଼ାଇବା।

ଜାପାନ ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଜୟଶଙ୍କର ତାଙ୍କ ଜାପାନର ପ୍ରତିପକ୍ଷ ତୋସିମିଟୁ ମୋଟେଗିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଟୋକିଓ ଗସ୍ତରେ ଆସିବେ। ଏହି ସମୟରେ ଦୁଇ ମନ୍ତ୍ରୀ ପାରସ୍ପରିକ ସ୍ୱାର୍ଥ, ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି।

ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ଅକ୍ଟୋବର ୬ରେ ଦ୍ୱିପାକ୍ଷିକ ବୈଠକ ପରେ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ-ଜାପାନ-ଆମେରିକା ମନ୍ତ୍ରୀସ୍ତରୀୟ ବୈଠକ ହେବ। ଏଥିରେ ଚାରି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗଦେବେ। ବୈଠକ ପରେ ଅଷ୍ଟ୍ରେଲିଆ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସହ ମଧ୍ୟ ଜୟଶଙ୍କର ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ସୂଚନା ରହିଛି।

ଆତଙ୍କବାଦ, ସାଇବର ଏବଂ ସାମୁଦ୍ରିକ ସୁରକ୍ଷା, ବିକାଶ ଅର୍ଥ, ମାନବିକ ସହାୟତା ଏବଂ ବିପର୍ଯ୍ୟୟ ମୁକାବିଲା ସମୟରେ ସହଯୋଗ ଉପରେ ଚାରି ଦେଶର ବୈଦେଶିକ ମନ୍ତ୍ରୀ ବୈଠକ କରିବେ। ସେହିପରି ଭାରତ-ପ୍ରଶାନ୍ତ ମହାସାଗରରେ ଯୋଗାଯୋଗ, ସମୁଦ୍ର ପଥକୁ ସୁରକ୍ଷିତ ରଖିବା ପାଇଁ ବ୍ୟବହାରିକ ସହଯୋଗ ଉପରେ ଆଲୋଚନା ହେବାର ଆଶା କରାଯାଉଛି। ଯାହାକି ଚୀନ୍ ବିରୋଧରେ ଏକ ମାହୋଲ ସୃଷ୍ଟି କରିବ।

ସୂଚନାଯୋଗ୍ୟ ୧୧-୧୨ ଅକ୍ଟୋବର ୨୦୧୯ ରେ ଚେନ୍ନାଇ ଶିଖର ସମ୍ମିଳନୀ ପରଠାରୁ ଚଳିତ ବର୍ଷ ମେ ମାସରେ ପୂର୍ବ ଲଦାଖରେ ଚୀନ୍ ସେନାର ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି। ସୀମା ବିବାଦକୁ ନେଇ ଚୀନ୍ କେବଳ ଭାରତ ନୁହେଁ ଜାପାନ, ଅଷ୍ଟ୍ରେଲିଆ ମଧ୍ୟ ତିକ୍ତତା ବଢ଼ିଛି। ଆମେରିକା ମଧ୍ୟ ଚୀନର ଦାଦାଗିରିକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି।

ସେହିପରି ପୂର୍ବ ଚୀନ୍ ସାଗରରେ ଥିବା ସେନକା ଦ୍ୱୀପପୁଞ୍ଜରେ ଚୀନ ସେନା ମତୟନ ହେବା ଯୋଗୁଁ ଟୋକିଓ ଏହାର ପ୍ରତିରକ୍ଷା ବଜେଟ୍ ରେକର୍ଡ ବଢ଼ାଇଛି। ହଂକଂରେ ନୂଆ ସୁରକ୍ଷା ଆଇନ ଦ୍ୱାରା ଟୋକିଓ ମଧ୍ୟ ଅସୁବିଧାରେ ପଡିଛି।

 

The post ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ appeared first on Odisha Reporter.



from Odisha Reporter https://ift.tt/2SaJcIb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages