ଲକ୍ଷ୍ମୌ: ହାଥରସ ଗଣ ଦୁଷ୍କର୍ମ ମାମଲାରେ ଏବେ ପୁଲିସ ପ୍ରଶ୍ନ ଘେରରେ। ମଙ୍ଗଳବାର ପୀଡ଼ିତାଙ୍କ ମୃତ୍ୟୁ ହେବା ପରେ ବିଳମ୍ୱିତ ରାତିରେ ତାଙ୍କର ଶେଷକୃତ୍ୟୁ କରିଛି। ରାତି ପ୍ରାୟ ୨ଟା ସମୟରେ ପ୍ରଶାସନ ଶେଷକୃତ୍ୟ କରିଛି। ହେଲେ ଏହି ସମୟରେ ପୀ଼ଡିତାଙ୍କ ପରିବାର ଲୋକ ନଥିଲେ। ଯାହାକୁ ନେଇ ପ୍ରଶ୍ନ ଉଠିଛି। ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇନଥିବାରୁ ସ୍ତାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ପରିବାର ଲୋକେ କହିଛନ୍ତି ଯେ ସେ ତାଙ୍କ ଝିଅଙ୍କୁ ଶେଷ ଥର ପାଇଁ ଘରକୁ ନେବାକୁ ଚାହୁଁଥିଲେ। ଏବେ ମୃତକଙ୍କ ଘର ଆଖ ପାଖରେ ପୁଲିସ ମୁତୟନ ହୋଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ବ୍ୟବସ୍ଥା କରିଛି।
ହାଥରସ ପୀଡିତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ପୁଲିସ-ପ୍ରଶାସନ ଏବଂ ଗାଁ ଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ପରିବାର ଲୋକେ ରାତିରେ ଶେଷ ରୀତିନୀତି କରିବାକୁ ଚାହୁଁ ନଥିଲେ, କିନ୍ତୁ ପୁଲିସ-ପ୍ରଶାସନ ଏହା ଉପରେ ଜିଦ୍ ଧରିଥିଲା। ଏ ସମ୍ପର୍କରେ ଏଡିଏମ୍ ମୃତକଙ୍କ ପରିବାର ସଦସ୍ୟଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।
ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓଗୁଡିକ ମଧ୍ୟରୁ ଗୋଟିଏରେ ପୁଲିସ ଅଧିକାରୀ ପୀଡିତାଙ୍କ ପରିବାରକୁ ମଧ୍ୟ ପରାମର୍ଶ ଦେଉଛନ୍ତି ଯେ ଶବକୁ ଏତେ ସମୟ ରଖିବା ଠିକ୍ ନୁହେଁ। ସବୁକିଛି ରୀତିନୀତି ଅନୁଯାୟୀ ହେବା ଉଚିତ୍। ଆଉ ଏକ ଭିଡିଓରେ ମୃତକଙ୍କ ମା’ ପୁଲିସ୍ ନିକଟରେ ନିବେଦନ କରିଛନ୍ତି ଯେ ମୋ ଝିଅକୁ ଥରେ ଘରକୁ ନେବା ପାଇଁ ଅନୁମତି ଦିଆଯାଉ। ଆଉ କିଛି ସମୟ ପରେ ରାତି ପାହିଯିବ। ଏହାପରେ ଅନ୍ତିମ ସଂସ୍କାର କରାଯିବା ଦରକାର ବୋଲି ମୃତକଙ୍କ ମା ପୁଲିସକୁ ନିବେଦନ କରିଥିଲେ। ଜବାବରେ ପୁଲିସ ଅଧିକାରୀ କହିଛିଲେ, ‘ମୁଁ ରାଜସ୍ଥାନର। ମୋ ସଂସ୍କୃତିରେ ଶବକୁ ଅଧିକ ସମୟ ରଖାଯାଏ ନାହିଁ।’
ସୂଚନାଯୋଗ୍ୟ, ୧୫ ଦିନର ସଂଘର୍ଷ ପରେ ଜୀବନ ଯୁଦ୍ଧରେ ମଙ୍ଗଳବାର ହାରିଯାଇଥିଲେ ପୀଡ଼ିତା। ସେପ୍ଟେମ୍ୱର ୧୪ରେ ୧୯ ବର୍ଷୀୟ ଏହି ଯୁବତୀ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ। ପୀଡ଼ିତା ଜଣଙ୍କ ଦଳିତ ହୋଇଥିବା ବେଳେ ଚାରି ଅଭିଯୁକ୍ତ ଉଚ୍ଚ ଜାତିର ବୋଲି ଜଣାପଡ଼ିଛି।
ଅଭିଯୁକ୍ତ ମାନେ ଦୁଷ୍କର୍ମ କରିବା ସହିତ ପ୍ରମାଣ ନଷ୍ଟ କରିବା ପାଇଁ ପୀଡ଼ିତାଙ୍କ ଜିଭ କାଟି ନେଇଥିଲେ। ଏମିତିକି ପୀଡ଼ିତାଙ୍କ ଶରୀରରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି କ୍ଷତବିକ୍ଷତ କରି ଦେଇଥିଲେ। ଯେଉଁଥିପାଇଁ ତାଙ୍କର ଅନେକ ନର୍ଭ ମଧ୍ୟ କାମ କରୁନଥିଲା। ଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଆଲିଗଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଚାରି ଅଭିଯୁକ୍ତ ଏବେ ଦୁଷ୍କର୍ମ ସହିତ ଏସସି/ଏସଟି ଆକ୍ଟରେ ଗିରଫ ପୂର୍ବରୁ ଗିରଫ ହୋଇଛନ୍ତି। ଏବେ ତାଙ୍କ ନାମରେ ହତ୍ୟା ଦଫା ମଧ୍ୟ ଲାଗିବ। ଯେହେତୁ ପୀଡ଼ିତାଙ୍କ ମୃତ୍ୟୁ ହୋଇଯାଇଛି।
ସେପ୍ଟେମ୍ୱର ୨୩ ତାରିଖରେ ପୀଡ଼ିତାଙ୍କ ବୟାନ ଆଧାରରେ ପୁଲିସ ତିନି ଜଣଙ୍କୁ ଗିରଉଫ କରିଥିଲା। ତିନି ଅଭିଯୁକ୍ତ ହେଲେ ସନ୍ଦୀପ, ସନ୍ଦୀପର ସମ୍ପର୍କୀୟ ରବି (୩୫) ଏବଂ ତାଙ୍କ ସାଙ୍ଗ ଲବକୁଶ।
ପୀଡ଼ିତା ଗାଈଙ୍କ ପାଇଁ ଘାସ କାଟିବାକୁ ଯାଇଥିଲେ। ସେ ଯେଉଁଠାରେ ବସି ଘାସ କାଟୁଥିଲେ ତାଠୁ ମାତ୍ର ୧୦୦ ମିଟର ଦୂରରେ ଅଭିଯୁକ୍ତ ମାନେ ଥିଲେ। ଅସୁରକ୍ଷିତ ମନେ କରିବା ପରେ ପୀଡ଼ିତା ଜଣଙ୍କ ଚିତ୍କାର କରିିଥିଲେ।
ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି କୌଣସି ପାରିବାରିକ ଶତ୍ରୁତା ନଥିଲା ଅଭିଯୁକ୍ତଙ୍କ ସହିତ। ହେଲେ ଅଭିଯୁକ୍ତ ସନ୍ଦୀପ ସ୍ଥାନୀୟ ଅଞ୍ଚଳରେ ଦଳିତଙ୍କୁ ହଇରାଣ କରୁଥିବାର ପୂର୍ବରୁ ପ୍ରମାଣ ରହିଛି। ନିକଟରେ ସେ ତିନି ମାସ ଜେଲରେ ରହି ଫେରିଥିଲା ବୋଲି ପୀଡ଼ିତାଙ୍କ ପରିବାର ଲୋକେ କହିଛନ୍ତି।
The post ଝିଅକୁ ଘରକୁ ନେବା ପାଇଁ ଗୁହାରୀ କଲା ମା’, ରାତିରେ ଅନ୍ତିମ ସଂସ୍କାର କରିଦେଲା ପୁଲିସ appeared first on Odisha Reporter.
from Odisha Reporter https://ift.tt/3cGL5FO
No comments:
Post a Comment