ନୂଆଦିଲ୍ଲୀ: ସୀମା ବିବାଦକୁ ନେଇ ଚୀନ୍ ସହିତ ଭାରତର ଆଉ ଏକ ବୈଠକ ହୋଇଛି। ଏହି ବୈଠକରେ ଭାରତର ବୈଦେଶିକ ମନ୍ତ୍ରାଳୟ ଚୀନ୍ ଆଗରେ ସ୍ପଷ୍ଟ ମତ ରଖିଛି। ଭାରତ ଗୁରୁବାର ଦିନ କହିଛି ଯେ ପୂର୍ବ ଲଦାଖର ସମସ୍ତ ବିବାଦୀୟ ଅଞ୍ଚଳରେ ଦୁଇ ଦେଶ ସୈନ୍ୟବାହିନୀ ହଟାଇବା ନେଇ ଚୀନ୍ ସୁନିଶ୍ଚିତ କରିବା ଦରକାର।
ଏକ ଭର୍ଚୁଆଲ୍ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଅସନ୍ତୋଷ ରହିଲେ ସମସ୍ୟାର ସମାଧାନ ହେବନି। ତେଣୁ ପରସ୍ପର ସହମତି ଭିତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର। ଏକପାଖିଆ ହୋଇ ସ୍ଥିତିକୁ ପରିବର୍ତ୍ତନ କରିବା ସମ୍ଭବ ନୁହେଁ ବୋଲି ଶ୍ରୀବାସ୍ତବ କହିଛନ୍ତି।
ଶ୍ରୀବାସ୍ତବ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ-ଚୀନ୍ ସୀମା ବ୍ୟାପାର ଉପରେ ୱାର୍କିଂ ମେକାନିଜିମ୍ ଫର୍ କନ୍ସଲଟେସନ୍ ଆଣ୍ଡ କୋଡିନେସନ୍ (WMCC) ଢ଼ାଞ୍ଚାରେ ପରବର୍ତ୍ତୀ ବୈଠକ ଖୁବ ଶୀଘ୍ର ହେବ।
ଏହି କର୍ପସ ସ୍ତରୀୟ ବୈଠକ ପାଖାପାଖି 14 ଘଣ୍ଟା ଧରି ଚାଲିଥିଲା। ଯଦି ଚୀନ୍ ଉସକାଇବାକୁ ପ୍ରୟାସ କରିବ ତେବେ ଭାରତ ମଧ୍ୟ ଠିକଣା ଜବାବ ଦେବ ବୋଲି ପ୍ରତିନିଧି ଦଳ କହିଛି।
ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଚାଲିଥିବା ଛକାପଞ୍ଝାକୁ ଶେଷ କରିବା ପାଇଁ ସୋମବାର ଏବଂ ମଙ୍ଗଳବାର ଷଷ୍ଠ ଥର ପାଇଁ କର୍ପସ କମାଣ୍ଡର ସ୍ତରର ବୈଠକ ହୋଇଥିଲା। ଏହି ବୈଠକରେ ବୈଦେଶିକ ମନ୍ତ୍ରାଳୟର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଳମ୍ବିତ ରାତିରେ ହୋଇଥିବା ବୈଠକରେ କ’ଣ ଘଟିଛି ସେନେଇ ଭାରତୀୟ ପ୍ରତିନିଧି ଟିମ୍ ସେନା ମୁଖ୍ୟାଳୟ, ପ୍ରତିରକ୍ଷା ମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଏବଂ ଏନଏସଏକୁ ସୂଚନା ଦେଇଛନ୍ତି।
ଭାରତୀୟ ପ୍ରତିନିଧି ଟିମ୍ ସ୍ପଷ୍ଟ ଭାବରେ ଚୀନ୍ର ମେଜର ଜେନେରାଲ ଲ୍ଲୁଏନ୍ ଏବଂ ତାଙ୍କ ଦଳଙ୍କୁ ଡେପସଙ୍ଗରୁ ପାଙ୍ଗୋଙ୍ଗ ସୋ ପର୍ଯ୍ୟନ୍ତ ନିଜର ସୈନ୍ୟ ବାହିନୀକୁ ଫେରାଇବାକୁ କହିଥିଲେ। ଖାଲି କଥାରେ ନୁହେଁ ତୃଣମୂଳ ସ୍ତରରେ ଏହାକୁ ନେଇ କାମ ହେବା ଦରକାର ବୋଲି ଭାରତ କହିଛି। ତେବେ ବ୍ଲାକ ଟପରୁ ଭାରତ ସେନା ପ୍ରତ୍ୟାହାର କରିବା ଦରକାର ବୋଲି ଚୀନ୍ ଦାବି କରିଛି। ଯାହାକୁ ନେଇ ଭାରତ ସହମତି ପ୍ରକାଶ କରି ନାହିଁ। ଭାରତୀୟ ସେନା ସେଠାରେ ରହିବେ ବୋଲି ଚୀନକୁ ସ୍ପଷ୍ଟ କରିଛି ଭାରତୀୟ ପ୍ରତିନିଧି ଟିମ୍।
ସୋମବାର ଅନୁଷ୍ଠିତ ବୈଠକର ସୂଚନା ଅନୁଯାୟୀ, ପାଙ୍ଗୋଙ୍ଗ ହ୍ରଦ, ହଟ ସ୍ପ୍ରିଙ୍ଗ ଏବଂ ଡେପସଙ୍ଗ ଅଞ୍ଚଳରୁ ଚୀନ୍ ନିଜର ସେନା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ନୁହେଁ। ଏହି ବୈଠକ ଅନେକ ଘଣ୍ଟା ଧରି ଚାଲିଥିଲା, ଯାହାକି ପ୍ରଥମ।
The post ଏଲଏସିରୁ ଚୀନ୍ ସୈନ୍ୟ ହଟାଇବା କାମ ତୃଣମୂଳ ସ୍ତରରୁ କରୁ: ଭାରତ appeared first on Odisha Reporter.
from Odisha Reporter https://ift.tt/330aG9s
No comments:
Post a Comment