ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 24, 2020

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଗତକାଲି ଓଡ଼ିଶାରୁ ଚାଲାଣ ହୋଇଥିବା ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ସୁରତରୁ ଜବତ ହେବା ପରେ  କୋରାପୁଟରୁ ଜବତ ହୋଇଛି ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ। ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥୁବା ଏକ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ତାହାକୁ  ଜବତ କରିଛି କୋରାପୁଟ ଟାଉନ ପୁଲିସ୍‌। ହେଲେ ଉକ୍ତ ଟ୍ରକ୍‌ରେ ପଞ୍ଜାବ ରାଜ୍ୟର ନମ୍ବର ପଞ୍ଜୀକୃତ ହୋଇଥିବାରୁ କୋରାପୁଟରୁ ପଞ୍ଜାବ ଯାଏ ଏହାର ଚେର ଲମ୍ବିଥିବା ସନ୍ଦେହ କରାଯାଉଛି। ତେଣୁ ଏହା ପଛରେ ଆନ୍ତଃରାଜ୍ୟ ରାକେଟ୍‌ ସକ୍ରିୟ ଥିବା ଅନୁମାନ କରାଯାଉଛି।

କୋରାପୁଟ SDPO ପ୍ରେସ୍‌ ମିଟ୍‌ରେ ଦେଇଥିବା ସୂଚନା ଅନୁଯାୟୀ, , ଗତକାଲି ଟ୍ରକ୍‌ଟି ୧୫୨୦ କେଜି ଗଞ୍ଜେଇ ବୋଝେଇ କରି ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  କୋରାପୁଟ ଟାଉନ  ପୁଲିସ୍‌ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଗାଡ଼ିଟିକୁ ଜବତ କରିଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଗାଡ଼ି ସହ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୦ ଳକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।

ଟ୍ରକ୍‌ଟିକୁ ଏସ୍‌କର୍ଟ କରି କୋରାପୁଟ ପାର୍‌ କରାଉଥିବା ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ଏକ ସ୍କୁଟି ଓ ବାଇକ୍‌ ଜବତ କରିଛି।  ଗିରଫ ୩ଜଣ ହେଲେ ବାବୁଲା ଖୋସଲା, ରୁତୁ ପାଙ୍ଗି ଓ  ଜୟପୁର ସଦର ଥାନା ଗଦଲାବାଡି ଗ୍ରାମର ବଲଭ  ଖିଲ।। ତେବେ ଗଞ୍ଜେଇ  କେଉଁଠୁ  କେଉଁଠିକୁ ଚାଲାଣ କରାଯାଉଥୁଲା, ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି SDPO ।

The post ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ appeared first on Odisha Reporter.



from Odisha Reporter https://ift.tt/3hVbroI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages