ବ୍ରହ୍ମପୁର(ଜଗନ୍ନାଥ ସାହୁ): କରୋନା ଆକ୍ରାନ୍ତ ପରିକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିଲାନି । ଜେଇଇ ମେନ୍ ପରୀକ୍ଷା ଦେବାକୁ ଆସିଥିବା ଜଣେ କରୋନା ଆକ୍ରାନ୍ତଙ୍କୁ ଆଜି ପରୀକ୍ଷା ଦେବାକୁ ଅନୁମତି ମିଳି ନ ଥିଲା। ଫଳରେ ସେ ପରୀକ୍ଷା ଦେଇ ନ ପାରି ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି। ଏପରି ଘଟଣା ଆଜି ବ୍ରହ୍ମପୁରରେ ଘଟିଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ଜଣେ ଜେଇଇ ପରୀକ୍ଷାର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିଲେ। ଏହାପରେ ପରୀକ୍ଷା ଦେବା ନିମନ୍ତେ ପିପିଇ କିଟ୍ ପିନ୍ଧି ଆମ୍ବୁଲାନ୍ସରେ ଆଜି କେନ୍ଦ୍ରରେ ପହଞ୍ଚିଥିଲେ। ତେବେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରେ ବସିବାକୁ ଅନୁମତି ମିଳି ନ ଥିଲା । ସମ୍ପୃକ୍ତ ପଜିଟିଭ ଚିହ୍ନଟ ପରୀକ୍ଷାର୍ଥୀଙ୍କ ଲାଗି ପରବର୍ତ୍ତୀ ପର୍ଯ୍ୟାୟରେ ପରୀକ୍ଷା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ।
ଏନେଇ କେନ୍ଦ୍ରର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି,ପ୍ରଥମେ ସମ୍ପୃକ୍ତ ପିଲାଙ୍କ ପରୀକ୍ଷା ନିମନ୍ତେ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପରେ ଏପରି ପିଲାଙ୍କୁ ପରୀକ୍ଷାରେ ବସିବାକୁ ଉପରୁ ଅନୁମତି ମିଳି ନ ଥିଲା। ଏହାଦ୍ୱାରା ଅନ୍ୟ ପରୀକ୍ଷାର୍ଥୀ ପ୍ରଭାବିତ ହେବା ସହ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଗିଡ଼ିଯିବାର ଆଶଙ୍କା ଥିବାରୁ ଏପରି ପଦକ୍ଷେପ ନିଆଯାଇଛି।
କରୋନା ଆକ୍ରାନ୍ତ ପରୀକ୍ଷାର୍ଥୀ ଭୟ କରିବାର କିଛି ନାହିଁ। ସେମାନଙ୍କର ଗୋଟିଏ ବର୍ଷ ବରବାଦ ହୋଇଯିବ ବୋଲି ମଧ୍ୟ ମନରେ ଭାବନା ଆଣିବା ଦରକାର ନାହିଁ। ସେମାନଙ୍କ ନିମନ୍ତେ ପରୀକ୍ଷା ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
The post ପରୀକ୍ଷା ଦେଇ ନ ପାରି ଫେରିଲେ କରୋନା ଆକ୍ରାନ୍ତ appeared first on Odisha Reporter.
from Odisha Reporter https://ift.tt/3jCgQCb
No comments:
Post a Comment