ଗ୍ରାହକ ସାଜି ଗନ୍‌ ପଏଣ୍ଟରେ ଲୁଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଗ୍ରାହକ ସାଜି ଗନ୍‌ ପଏଣ୍ଟରେ ଲୁଟ୍

ବଲାଙ୍ଗୀର (ଘଟେଶ୍ୱର ମିଶ୍ର): ଗ୍ରାହକ ସାଜି ଆସିଥିଲେ। କିନ୍ତୁ ମୁଣ୍ଡରେ ବନ୍ଧୁକ ରଖି ଲୁଟି ନେଇଗଲେ ସୁନା ଚେନ୍, ଟଙ୍କା ଓ ମୋବାଇଲ୍‌। ଗତକାଲି ରାତି ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି ବଲାଙ୍ଗିର ସହରରେ।

ସହରର ମାଳପଡ଼ା ରେଲେଓ୍ୱ ଷ୍ଟେସନ ରୋଡ୍‌ ଠାରେ ଥିବା ଏକ ବ୍ୟାଟେରୀ ଡିଷ୍ଟ୍ରିବ୍ୟୁଟର ଦୋକାନକୁ ଗ୍ରାହକ ସାଜି ଆସିଥିଲେ ୪ ଜଣ ଯୁବକ। ସେମାନେ ବାଇକ୍‌ରେ ଆସିଥିଲେ।

ପ୍ରଥମେ ସେମାନେ ଦୋକାନୀଙ୍କୁ ବ୍ୟାଟେରୀ ଓ ଇନଭର୍ଟର ଦେଖାଇବାକୁ କହିଥିଲେ। ତା’ପରେ ହଠାତ ୪ ଜଣ ଯାକ ଯୁବକ ବନ୍ଧୁକ ବାହାର କରି ଦୋକାନୀ ଶିବରାମ ଏବଂ ତାଙ୍କ ଭାଇ ଧ୍ରୁବଚରଣଙ୍କ ମୁଣ୍ଡରେ ଲଗାଇ ଦେଇଥିଲେ। ତା’ପରେ ସେମାନଙ୍କ ଠାରୁ ଏକ ସୁନା ଚେନ, ୫ ହଜାର ଟଙ୍କା ଓ ତିନିଟି ମୋବାଇଲ ଛଡ଼ାଇ ନେଇଥିଲେ।

ଦୋକାନର ଲକରକୁ ଭାଙ୍ଗିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଲୁଟେରାମାନେ। ଏହାପରେ ଘଟଣା ସଂପର୍କରେ କାହାକୁ କହିଲେ ମାରି ଦେବାକୁ ଧମକ ଦେଇ ସେଠାରୁ ଫେରାର ହୋଇଯାଇଥିଲେ।

ଲୁଟ୍ ସମ୍ପର୍କରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛି। ଏକ ଟିମ୍ ଗଠନ କରି ଲୁଟେରାମାନଙ୍କୁ ଧରିବାକୁ ପ୍ରୟାସ କରୁଛି ପୁଲିସ୍।

The post ଗ୍ରାହକ ସାଜି ଗନ୍‌ ପଏଣ୍ଟରେ ଲୁଟ୍ appeared first on Odisha Reporter.



from Odisha Reporter https://ift.tt/2RqB461

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages