ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି।
ଏ ସଂପର୍କରେ ଟ୍ୱିଟ୍ କରି ସମୀର ମହାନ୍ତି କହିଛନ୍ତି, କରୋନା ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ସୁସ୍ଥ ଅଛନ୍ତି।
ଏହା ସହିତ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇ ନେବାକୁ ଅନୁରୋଧ କରିଛନ୍ତି।
କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ ।
— Samir Mohanty (@SamirMohantyBJP) September 14, 2020
The post ସମୀର ମହାନ୍ତି କରୋନାରେ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/35A2leu
No comments:
Post a Comment