ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 19, 2020

ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ଯାଞ୍ଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ରାହିଲ ରାଫତ ନାମକ ଜଣେ ଡ୍ରଗ୍ସ ସପ୍ଲାୟରକୁ ଗିରଫ କରିଛି। ବଲିଉଡ୍‌ରେ ରାହିଲ ‘ସାମ୍ ଡ୍ରଗ୍ ଅଙ୍କଲ୍’ ଭାବେ ଜଣାଶୁଣା। ପଚରାଉଚରା ବେଳେ ସେ ଏନ୍‌ସିବିକୁ ଅନେକ ହାଇପ୍ରୋଫାଇଲ୍ ସେଲେବ୍ରିଟିଙ୍କ ନାଁ ନେଇଥିବା କୁହାଯାଉଛି। ଏନ୍‌ସିବି ତାକୁ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି।

ରାହିଲକୁ ନେଇ ଆଉ ଏକ କଥା ମଧ୍ୟ କୁହାଯାଉଛି। ତା’ ବସ୍ ବଲିଉଡ୍‌ ସହିତ ଜଡ଼ିତ। ସେ ଜଣେ ଅଭିନେତା, ନିର୍ଦ୍ଦେଶ ବା ପ୍ରଯୋଜକ ବୋଲି କୁହାଯାଉଛି। ସେ ‘ବସ୍’ ନାଁରେ ଜଣାଶୁଣା। ତାଙ୍କରି ନିର୍ଦ୍ଦେଶରେ ରାହିଲ କେତେକ ବଲିଉଡ୍‌ ସେଲେବ୍ରିଟିଙ୍କୁ ଡ୍ରଗ୍ସ ଯୋଗାଇ ଦେଉଥିଲା। ଏଣୁ ରାହିଲକୁ ରିମାଣ୍ଡରେ ନେଇ ଅଧିକ ଜେରା କଲେ ବଲିଉଡ୍‌ର ସେହି ସବୁ ଲୋକଙ୍କ ନିକଟରେ ଏନ୍‌ସିବି ପହଞ୍ଚିବ ବୋଲି ଆଶା କରୁଛି, ଯେଉଁମାନେ ଡ୍ରଗ୍ସ କାରବାରକୁ ପ୍ରୋତ୍ସାହନ ଦେଉଛନ୍ତି।

ବଲିଉଡ୍‌ରେ ଡ୍ରଗ୍ସ କାରବାର ସହିତ ଜଡ଼ିତ ବଡ଼ ମୁଣ୍ଡମାନଙ୍କୁ ଧରିବାକୁ ରାହିଲ୍‌ର ଉକ୍ତ ‘ବସ୍‌’କୁ ପ୍ରଥମେ ଏନ୍‌ସିବି ଗିରଫ କରିବ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିସାରିଥିବା ଏନ୍‌ସିବି ଏବେ କରଣ ଜୋହରଙ୍କ ଡ୍ରଗ୍ସ ପାର୍ଟିର ଭିଡିଓକୁ ଯାଞ୍ଚ କରୁଥିବା ଜଣାପଡ଼ିଛି।

The post ବଲିଉଡ୍‌ର ‘ସାମ୍ ଡ୍ରଗ୍ସ ଅଙ୍କଲ’ ଗିରଫ; କହିଛି ଅନେକ ବଡ଼ ସେଲେବ୍ରିଟିଙ୍କ ନାଁ appeared first on Odisha Reporter.



from Odisha Reporter https://ift.tt/2RFiqav

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages