ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 19, 2020

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଓଲିଉଡ଼ ଚର୍ଚ୍ଚିତ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା କଳି  ଏବେ କୋର୍ଟଙ୍କ ବିଚାରାଧୀନ  ରହିଛି । ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଅନୁଭବ ମହାନ୍ତି ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ଏହାକୁ କଟକ ସ୍ଥାନାନ୍ତର ପାଇଁ ଆବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ  ବର୍ଷା ପ୍ରିୟଦର୍ଶିନୀ।

ତେବେ ବର୍ଷାଙ୍କ ପିଟିସନ ଉପରେ କ୍ୟାଭେଟ ଫାଇଲ୍ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ତାଙ୍କ ପକ୍ଷ ଶୁଣାଣି ନକରି କିଛି ରାୟ ନଦେବା ପାଇଁ ସେ କ୍ୟାଭେଟ ଫାଇଲ୍ କରିଛନ୍ତି । କିଛି ଦିନ ତଳେ ଏହି ପ୍ରସଙ୍ଗକୁ ନେଇ ଉଭୟ ଅନୁଭବ ଓ ବର୍ଷା ସୋଶାଲ ମିଡିଆରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିଥିଲେ । ସୋଶାଲ ମିଡିଆରେ ତୀବ୍ର ହୋଇଥିଲା ପତି-ପତ୍ନୀଙ୍କ କଳି।

ସୂଚନାଯୋଗ୍ୟ, ଅଭିନେତା ତଥା ଲୋକସଭା ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ୪୭ ପୃଷ୍ଠାର ଛାଡ଼ପତ୍ର ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନ୍‌ରେ ପତ୍ନୀ ବର୍ଷାଙ୍କ ବିରୋଧରେ ଅନେକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଅନୁଭବ। ।

ବର୍ଷା କେବେ ବୈବାହିକ ଖୁସି ଦେଇ ନଥିବା କଥା ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରି ଅଭିଯୋଗ କରିଛନ୍ତି, ବର୍ଷା ସବୁବେଳେ ମୋ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ସେ ଶାଶୁଘରେ ନ ରହି ଅଧିକାଂଶ ସମୟ ବାପଘରେ ରହୁଥିଲେ। ଏହାକୁ ନେଇ ମୋ ସହ ଅଧିକାଂଶ ସମୟ ଝଗଡ଼ା କରୁଥିଲେ। ବର୍ଷା ଶାଶୁଘର ଖାଦ୍ୟ ପସନ୍ଦ କରୁ ନଥିଲେ କି ସେମାନଙ୍କ ସହ ମିଶୁ ନଥିଲେ। ସେ ବାପଘର ଯିବାକୁ ବାହାନା କରୁଥିଲେ। ସେଥିପାଇଁ ତାଙ୍କୁ ତାଙ୍କ ଇଚ୍ଛାରେ ଛାଡ଼ି ଦେଇଥିଲି।

ଅନୁଭବ କହିଛନ୍ତି ଯେ ସହଅଭିନେତ୍ରୀଙ୍କ ସହ ସଂପର୍କ ଥିବା ନେଇ ବର୍ଷା ମିଥ୍ୟା ଅଭିଯୋଗ କରୁଥିଲେ। ମିଥ୍ୟା କେସ୍‌ରେ ତାଙ୍କୁ ଓ ତାଙ୍କ ପରିବାରକୁ ଫସାଇବାକୁ ଧମକ ଦେଉଥିଲେ। ନିଜ ବାପଘର ଲୋକଙ୍କ ଆଗରେ ବର୍ଷା ତାଙ୍କୁ ଅପମାନିତ କରୁଥିଲେ। ଭଲ ପତ୍ନୀ ଓ ଭଲ ବୋହୂ ହେବାରେ ସେ ବିଫଳ ହୋଇଛନ୍ତି।

ବର୍ଷାଙ୍କ ସହ ରହିବାକୁ ତାଙ୍କର ଅନିଚ୍ଛା ସଂପର୍କରେ ଅନୁଭବ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ୨୦୧୯ ମେ’ ୧ରୁ ଦୁହେଁ ଅଲଗା ରହିଆସୁଥିବା  ମଧ୍ୟ ଅନୁଭବ ନିଜ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି।

ଅପରପକ୍ଷେ, ବାହାଘର ପରେ ତାଙ୍କ ସହ ଅତ୍ୟାଚାର ଓ ନିର୍ଯାତନା ହୋଇଥିବା ଅଭିଯୋଗ କରି କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ବର୍ଷା ।

The post ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବର୍ଷା appeared first on Odisha Reporter.



from Odisha Reporter https://ift.tt/2RI2Tqp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages