ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲେ ଯୁବକ। ଏପରି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଏମଭି- ୮୧ ଗାଁରେ।

ଗତକାଲି ହଠାତ୍‌ ଜଣେ ଯୁବକ ମୋବାଇଲ୍ ଟାଓ୍ୱାରରେ ଚଢ଼ିଯାଇଥିଲେ । ଗାଁ ଲୋକେ ବୁଝାସୁଝା କରିବା ପରେ ମଧ୍ୟ ଯୁବକ ଜଣକ ତଳକୁ ଆସି ନଥିଲେ ।

ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ଯୁବକଙ୍କୁ  ସଫଳତାର ସହ ତଳକୁ ଅଣାଯାଇଛି । ଉଦ୍ଧାର ପରେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଉଦ୍ଧାର ଯୁବକଙ୍କ ଘର ଏମ୍‌ଭି-୮୮ ଅଞ୍ଚଳରେ । ତେବେ କିଛି ଦିନ ହେବ ସେ ଏମ୍‌ଭି- ୮୧ ଅଞ୍ଚଳରେ ବୁଲାବୁଲି କରୁଥିଲେ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

The post ମୋବାଇଲ୍ ଟାଓ୍ୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ appeared first on Odisha Reporter.



from Odisha Reporter https://ift.tt/32aA3VE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages