ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଥିବା ଭରତପୁରରେ ହତ୍ୟାର ଶିକାର ହୋଇଛି ଜଣେ ନାବାଳକ। କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁଅ ଆଖି ବୁଜିଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ମୃତକଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ,  ଗତ ୨ ତାରିଖରେ ନାବାଳକ ଜଣକ ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଇଥିଲେ।  ଉକ୍ତ ସମୟରେ  କେତେକ ଦୁର୍ବୃତ୍ତ  ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ପୁଅକୁ  ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତା’ର ମୃତ୍ୟୁ ହୋଇଛି।

ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୁଲିସ୍‌ ଘଟଣାର ଛାନଭିନ ଚଳାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ।

The post ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ appeared first on Odisha Reporter.



from Odisha Reporter https://ift.tt/2GD7jMZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages