ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଭୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଓଡ଼ିଶା ଫେରିଛନ୍ତି ୮ ଲକ୍ଷ ୫୩ ହଜାର ୭୭୭ ପ୍ରବାସୀ ଓଡ଼ିଆ । ଗୁଜରାଟ, ତାମିଲନାଡୁ ଓ କେରଳ ଭଳି ରାଜ୍ୟରୁ ପ୍ରବାସୀ ଶ୍ରମିକଙ୍କ ପାଇଁ ୨୭୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ର ବ୍ୟବସ୍ଥା କରାଯାଇଥିଲା । ଯାହାର ଭଡ଼ା ବାବଦକୁ ପୂର୍ବତଟ ରେଳବାଇକୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି ୯ କୋଟି ଟଙ୍କା ।
ତେବେ ଓଡ଼ିଶା ଫେରିଥିବା ପ୍ରବାସୀଙ୍କ ମଧ୍ୟରେ କେତେ ଶ୍ରମିକ ଅଛନ୍ତି ସେ ନେଇ କୌଣସି ତଥ୍ୟ ନାହିଁ। ଏନେଇ ବ୍ଲକଓ୍ୱାରୀ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଗୃହକୁ ଜଣାଇଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
ସେହିଭଳି ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରେ ମନ୍ତ୍ରୀ କହିଛନ୍ତି ଯେ, କରୋନା ସଂକ୍ରମିତ ଲକଡାଉନ୍ ଘୋଷଣା ଯୋଗୁଁ ମାର୍ଚ୍ଚ ୨୪ରୁ ହଠାତ ରେଳ ଓ ବସ୍ ସେବା ବନ୍ଦ ହୋଇଯାଇଥିଲା। ଫଳରେ ବହୁ ପ୍ରବାସୀ ଓଡ଼ିଆ ଭିଟାମାଟିକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ଫେରିଥିଲେ । ଏହି ଯାତ୍ରା କାଳରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ପରିବାର ସଦସ୍ୟଙ୍କୁ କେତେ ଟଙ୍କା ସହାୟତା ପ୍ରଦାନ କରାଯାଇଛି ସେ ସମ୍ପର୍କରେ ସଂପୃକ୍ତ ବିଭାଗରୁ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ।
The post କରୋନା ସମୟରେ ରାଜ୍ୟକୁ ଆସିଛି ୨୭୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍, ଖର୍ଚ୍ଚ ହୋଇଛି ୯ କୋଟି appeared first on Odisha Reporter.
from Odisha Reporter https://ift.tt/33eKUP1
No comments:
Post a Comment