ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 29, 2020

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଲକ୍ଷ୍ନୌ: ହାଥରସ ମାମଲାକୁ ଗୁରୁତର ସହ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ମୋଦି ଫୋନରେ କଥା ହୋଇଥିବା ସୂଚନା ରହିଛି। ମାମଲାକୁ ଗମ୍ଭୀରତାର ସହ ନେବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୋଦି କହିଥିବା ସୂଚନା ରହିଛି।

ଅନ୍ୟପଟେ ଯୋଗୀ ସରକାର ହାଥରସ ଗଣ ଦୁଷ୍କର୍ମ ମାମଲାରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ବିରୋଧୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଥିବା ସରକାର ବର୍ତ୍ତମାନ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି। ଗୃହ ସଚିବଙ୍କ ନେତୃତ୍ୱରେ ସିଏମ ଯୋଗୀ ଆଦିତ୍ୟନାଥ ତିନିଜଣିଆ କମିଟି ଗଠନ କରିଛନ୍ତି।

ଏହି କମିଟିରେ ଗୃହ ସଚିବ ଭଗବାନ ସ୍ୱରୂପ, ଡିଜି ଚନ୍ଦ୍ରପ୍ରକାଶ ଏବଂ ସେନାନାୟକ ପିଏସି ଆଗ୍ରା ପୁଣମ୍ ରହିଛନ୍ତି। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁରା ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେ। ଏହି ଦୁଷ୍କର୍ମ ମାମଲାରେ ପୁଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ମାମଲାରେ ପୁଲିସର ଭୂମିକା ମଧ୍ୟ ପ୍ରଶ୍ନ ଘେରରେ।

ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ୧୪ରେ ହାଥରସର ଗାଁର ଚାରି ଜଣ ଯୁବକ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଚାରି ଅଭିଯୁକ୍ତ ମଧ୍ୟ ପୀଡିତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲା। ପୀଡିତାଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିଲା ଏବଂ ସେ ଠିକ୍ ଭାବରେ ନିଶ୍ୱାସ ନେଇପାରିନଥିଲେ। ଚିକିତ୍ସା ସମୟରେ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀରେ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିରେ ପୁଲିସ ଅନ୍ତିମ ସଂସ୍କାର କରିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

The post ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2HM4F8x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages