କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ୧୧ ସଶସ୍ତ୍ର ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 7, 2020

କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ୧୧ ସଶସ୍ତ୍ର ପୁଲିସ୍

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ତାଙ୍କୁ ୱାଇ-ପ୍ଲସ୍ ବର୍ଗର ସୁରକ୍ଷା ଯୋଗାଇ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଶିବସେନା ନେତା ସଞ୍ଜୟ ରାଉତଙ୍କ ସହିତ କଙ୍ଗନାଙ୍କ କଥା କଟାକଟି ପରିପ୍ରେକ୍ଷୀରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୃହ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇର ସୂଚନା ଅନୁସାରେ, ଫିଲ୍ମ ଇଣ୍ଡଷ୍ଟ୍ରୀର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଡ୍ରଗ୍ସ ବ୍ୟବହାର କରୁଛନ୍ତି ବୋଲି କଙ୍ଗନା ମନ୍ତବ୍ୟ ଦେବା ପରେ ତାଙ୍କ ଜୀବନପ୍ରତି ବିପଦ ଥିବା ସୂଚନା ଆସିଛି। ଏହା ଆଧାରରେ ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛି।

ୱାଇ-ପ୍ଲସ୍ ବର୍ଗର ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ମୋଟ ୧୧ ଜଣ ସଶସ୍ତ୍ର ପୁଲିସ୍‌ କର୍ମଚାରୀ କଙ୍ଗନାଙ୍କ ସୁରକ୍ଷାରେ ନିୟୋଜିତ ହେବେ। ତିନୋଟି ଶିଫ୍ଟରେ ଏହି ସୁରକ୍ଷାକର୍ମୀମାନେ କାମ କରିବେ। ଦୁଇରୁ ତିନି ଜଣ ସଦାବେଳେ ତାଙ୍କ ସହିତ ରହିବେ। ସେହିପରି ଜଣେ ତାଙ୍କ ଘରେ ସର୍ବଦା ମୁତୟନ ରହିବେ।

ଏହି ଖବର ଆସିବା ପରେ କଙ୍ଗନା ଟ୍ୱିଟ୍ କରି ଲେଖିଛନ୍ତି- ଏଥିରୁ ଏହା ପ୍ରମାଣିତ ହେଲା ଯେ ଏବେ କୌଣସି ଦେଶଭକ୍ତର ସ୍ୱରକୁ କେହି ଫାସୀବାଦୀ ଦବାଇ ପାରିବେ ନାହିଁ। ମୁଁ ଅମିତ ଶାହଙ୍କ ନିକଟରେ କୃତଜ୍ଞ। ସେ ଚାହିଁଥିଲେ ସ୍ଥିତିକୁ ଦୃଷ୍ଟିରେ ରଖି ମୋତେ ଆଉ କିଛି ଦିନ ପରେ ମୁମ୍ବାଇ ଯିବାକୁ କହିପାରିଥା’ନ୍ତେ। କିନ୍ତୁ ସେ ସେମିତି ନକରି ଭାରତର ଏକ ଝିଅ ଦେଇଥିବା ବଚନକୁ ସମ୍ମାନ ଦେଇଛନ୍ତି। ସେ ଆମ ସ୍ୱାଭିମାନ ଓ ଆତ୍ମସମ୍ମାନକୁ ବଜାୟ ରଖିଲେ।


ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅଧିକ ଚର୍ଚ୍ଚାରେ ରହିଥିବା କଙ୍ଗନା ନିକଟରେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର ସହିତ ତୁଳନା କରିଥିଲେ। ସେହିପରି ତଥାକଥିତ ‘ମୁଭି ମାଫିଆ’ଙ୍କଠାରୁ ମୁମ୍ବାଇ ପୁଲିସ୍‌କୁ ସେ ଅଧିକ ଭୟ କରନ୍ତି ବୋଲି କହିଥିଲେ। ଏହାକୁ ଶିବସେନା ସହଜରେ ଗ୍ରହଣ କରିପାରି ନଥିବା ବେଳେ ତାଙ୍କୁ ତୀବ୍ର ସମାଲୋଚନା କରିଥିଲା। ଏଥିପାଇଁ ସେ କ୍ଷମା ମାଗିବା ଉଚିତ୍ ବୋଲି ଶିବସେନାର କିଛି ନେତା କହିଥିଲେ। ଏପରିକି ତାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ କରି ଗିରଫ କରିବାକୁ କେହି କେହି ଦାବି କରିଥିଲେ।

ଏପରିକି ଶିବସେନା ନେତା ସଞ୍ଜୟ ରାଉତ କଙ୍ଗନାଙ୍କୁ ମୁମ୍ବାଇ ନଆସିବାକୁ କହିଥିଲେ। ଯଦି କଙ୍ଗନା କ୍ଷମା ନମାଗିବେ, ତା’ହେଲେ ଦଳର ମହିଳା ଶାଖା ତାଙ୍କୁ ମଜା ଚଖାଇବ ବୋଲି ରାଉତ ଚେତାବନୀ ଦେଇଥିଲେ। ହେଲେ କଙ୍ଗନା ବି ଛାଡ଼ିବା ମହିଳା ନୁହନ୍ତି। ସେ କହିଥିଲେ ଯେ ସେପ୍ଟେମ୍ବର ୯ ତାରିଖରେ ସେ ମୁମ୍ବାଇ ଯିବେ। କଙ୍ଗନା ଏକ ଭିଡିଓ ମେସେଜ୍‌ରେ କହିଥିଲେ – ‘ତୁମେମାନେ ମୋତେ ଧମକ ଦେଉଛ। କିନ୍ତୁ ତଥାପି ମୁଁ ସେପ୍ଟେମ୍ବର ୯ରେ ମୁମ୍ବାଇ ଯିବି।’ ଏହାର ଜବାବରେ ସଞ୍ଜୟ ରାଉତ କହିଥିଲେ, ହାରାମ୍‌ଖୋର ଲଡ୍‌କୀ।

ସୂଚନାଯୋଗ୍ୟ, କଙ୍ଗନା ରାଣାୱତ ଏବେ ହିମାଚଳ ପ୍ରଦେଶର ମନାଲିରେ ରହୁଛନ୍ତି। ରବିବାର ତାଙ୍କ ବାପା ହିମାଚଳ ପ୍ରଦେଶ ସରକାରଙ୍କୁ ଚିଠି ଲେଖି ତାଙ୍କ ପାଇଁ ସୁରକ୍ଷା ମାଗିଥିଲେ।

The post କଙ୍ଗନାଙ୍କ ସୁରକ୍ଷା ଦାୟିତ୍ୱରେ ୧୧ ସଶସ୍ତ୍ର ପୁଲିସ୍ appeared first on Odisha Reporter.



from Odisha Reporter https://ift.tt/3i1l465

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages