କଟକ(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ପିଟିସନକୁ ଓଡ଼ିଶା ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶିନୀ। ଏଥିନିମନ୍ତେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି।
ପରିଚାଳନାଗତ ସୁବିଧା ପାଇଁ ଓଡ଼ିଶାକୁ ମାମଲା ସ୍ଥାନାନ୍ତର ନିମନ୍ତେ ପିଟିସନ କରିବେ ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ଆଣିଥିବା ପାରିବାରିକ ହିଂସା ମାମଲାର ଶୁଣାଣି ଆଜି ହେବାକୁ ଥିବା ବେଳେ ଏହି ତାରିଖ ଅକ୍ଟୋବର ୧୨କୁ ଘୁଞ୍ଚି ଯାଇଛି।
The post ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି ବର୍ଷା appeared first on Odisha Reporter.
from Odisha Reporter https://ift.tt/35bCgST
No comments:
Post a Comment