ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-କଣ୍ଟାବାଞ୍ଜି ରାସ୍ତାର ମଣ୍ଡଳ ଛକ ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଡାକ୍ତର ଆହତ ହୋଇଛନ୍ତି। ସେ ହେଉଛନ୍ତି କଣ୍ଟାବାଞ୍ଜି ସରକାରୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର ଦିଲୀପ କୁମାର ସାହୁ।
ଶୁକ୍ରବାର ସେ କଣ୍ଟାବାଞ୍ଜିରୁ କାରରେ ବଲାଙ୍ଗିରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡାକ୍ତର ସାହୁ ନିଜେ କାର୍ ଚଲାଉଥିଲେ। ତେବେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା।
ଆହତ ଡାକ୍ତର ସାହୁଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ। ସେଠାରେ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
The post ଓଲଟି ପଡ଼ିଲା ଡାକ୍ତରଙ୍କ କାର୍ appeared first on Odisha Reporter.
from Odisha Reporter https://ift.tt/3i2KKPE
No comments:
Post a Comment